ମା’ ଭୈରବୀଙ୍କ ନୂତନ ମନ୍ଦିର ରତ୍ନମୁଦ ସ୍ଥାପନ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ବାସିନୀ ମା ଭୈରବୀଙ୍କ ନୂତନ ମନ୍ଦିରର ରତ୍ନମୁଦ ସ୍ଥାପନ ଆଜି ରବିବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ପାଇଁ ଗତକାଲିଠୁ ଅଂଚଳର ହଜାରହଜାର ଭକ୍ତଙ୍କ ସମାଗମରେ ନାମସଂକୀର୍ତ୍ତନ, ଢୋଲ, ହରିବୋଲ, ହୁଳହୁଳିରେ ମାଙ୍କ କଳସ ଯାତ୍ରା ଆରମ୍ଭ ହୋଇଥିଲା । ଶନିବାର ମଧ୍ୟ ରାତ୍ରରେ ତିନିଜଣ ପ୍ରତିନିଧିଙ୍କ ଦ୍ୱାରା ପୁରୀ ଶ୍ରୀଜଗନ୍ନାଥ ଧାମରୁ ରତ୍ନମୁଦ ପାଇଁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଖରୁ ଆଜ୍ଞା ମାଳ ଓ ମହାପ୍ରସାଦ ମାଙ୍କ ପୀଠରେ ପହଂଚିବା ପରେ ଆଜି ରବିବାର ପ୍ରାତଃରୁ ଯଜ୍ଞ ମଣ୍ଡପରେ ଯଜ୍ଞ ଆରମ୍ଭ ସହିତ ଅଷ୍ଟ ପ୍ରହର ନାମଯଜ୍ଞ, ଅନ୍ନ ଯଜ୍ଞ ହୋଇଥିଲା । ପରେ ମଧ୍ୟାହ୍ନ ୧ଘଣ୍ଟା ୪୦ମିନିଟ ସମୟରେ ମାଙ୍କ ମନ୍ଦିର ରତ୍ନମୁଦ ଶୁଭକାର୍ଯ୍ୟ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ହରିବୋଲ, ହୁଳହୁଳି, ନାମ, ସଂକୀର୍ତ୍ତନ, ଘଣ୍ଟ, ଶଙ୍ଖ ଧ୍ୱନିରେ ସମଗ୍ର ଅଂଚଳ ଏକ ଭକ୍ତିମୟ ପରିବେଶରେ ମାଙ୍କ ରତ୍ନ ମୁଦ ସ୍ଥାପନ କରାଯାଇଥିଲା । ଏହା ପରେ ସନ୍ଧ୍ୟାରେ ମାଙ୍କ ଚଣ୍ଡୀ ଯଜ୍ଞ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟିର ସମସ୍ତ ସଦସ୍ୟ ଓ ଷୋଳଖଣ୍ଡ ମୌଜାର ସମସ୍ତ ଅଧିବାସୀ ମାନେ ସହଯୋଗ କରିଥିଲେ । ଆସନ୍ତା କାଲି ୨୪ତାରିଖରେ ନଗର କୀର୍ତ୍ତନ ଏବଂ ପୂର୍ଣ୍ଣାହୁତି ହେବାକୁ ଥିବା ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।

Comments (0)
Add Comment