ଘୁ ଉଦୟଗିରି: ଟିକାବାଲି ବ୍ଲକ ପିକରଡ଼ି ପଞ୍ଚାୟତର ପାଟାପଦର ଗ୍ରାମରେ ବ୍ଲକସ୍ତରୀୟ କୃଷକ ଦିବସ “ଅକ୍ଷୟ ତୃତୀୟା’ ପାଳନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଟିକାବାଲି ସରପଞ୍ଚ କୁନ୍ଦୁରୁ ମଲ୍ଲିକ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ଥିଲେ । ଏହାଛଡ଼ା ଅନ୍ୟ ଅତିଥି ମଧ୍ୟରେ ଗଦଗୁଡା ସରପଞ୍ଚ ଶ୍ରୀମତୀ ପୁଷ୍ପଲତା ପ୍ରଧାନ, ଟିକାବାଲି ବ୍ଲକର ବିଭିନ୍ନ ବିଭାଗରୁ ଅନେକ ସରକାରୀ କର୍ମଚାରୀ ଓ ବେସରକାରୀ କର୍ମଚାରୀ, ସମେତ ପାଟାପଦର ଗ୍ରାମବାସୀମାନେ ଯୋଗ ଦେଇଥିଲେ । ବୈଶାଖ ଶୁକ୍ଳ ତୃତୀୟା ତିଥିରେ ସାରା ଭାରତ ବର୍ଷରେ ଅକ୍ଷୟ ତୃତୀୟା ଖୁବ ଧୂମଧାମରେ ପାଳନ କରାଯାଏ । ଏହି ଦିନକୁ କୃଷକଙ୍କ ଦିନ ବୋଲି କୁହାଯାଏ । କାରଣ ଏହିଦିନ କୃଷକ ଅମୃତ ବେଳାରେ ଅକ୍ଷିମୁଠି ବା ଅକ୍ଷୟ ମୁଠି ଅନୁକୂଳ କରି କାର୍ଯ୍ୟର ଶୁଭାରମ୍ଭ କରିଥାଏ । ଅକ୍ଷୟ ତୃତୀୟାକୁ ସାରା ଭାରତ ବର୍ଷରେ ଏକ ଅନୁକୂଳ ତଥା ଶୁଭ ଦିନ ଭାବେ ଗ୍ରହଣ କରାଯାଏ । ପାଟାପଦର ଗ୍ରାମବାସୀମାନେ ଏହି ଅକ୍ଷୟ ମୁଠି ପୂଜା କରି ଶୁଭାରମ୍ଭ କରିଥିଲେ ।