ଦେଶରେ କମିବନି ଖାଇବା ତେଲ ଦର

ନୂଆଦିଲ୍ଲୀ : ଭାରତରେ ଖାଇବା ତେଲ ଦର ହ୍ରାସ ପାଇବା ନେଇ ପୂର୍ବରୁ ଆକଳନ କରାଯାଉଥିଲା । ମାତ୍ର ଇଣ୍ଡୋନେସିଆ ସରକାରଙ୍କ ଏକ ପଦକ୍ଷେପ ଯୋଗୁଁ ଏଥିରେ ଝଟକା ଲାଗିଛି । ନିର୍ବାଚନରେ ମହଙ୍ଗାମାଡା ବା ଅତ୍ୟାବଶକିୟ ଚିଜର ଦରଦାମ ବୃଦ୍ଧି ଏକ ମୁଖ୍ୟ ପ୍ରସଙ୍ଗ । ଏଥିଯୋଗୁଁ ବିଭିନ୍ନ ସମୟରେ ସରକାର ପରିବର୍ତ୍ତନ ହୋଇଯାଇଛନ୍ତି ।

ସୋରିଷ ତେଲ ସହ ଅନ୍ୟ କେତକ ଖାଇବା ତେଲର ଦର ପ୍ରାୟ ୨୦୦ ଟଙ୍କା ପାର କରିଥିଲା । ଗତ କିଛି ଦିନ ପୂର୍ବରୁ ବିଭିନ୍ନ ଖାଇବା ତେଲର ଦର ହ୍ରାସ ପାଉଥିଲା । ଏବେ ଏଥିରେ ରୋକ୍‌ ଲାଗିପାରେ ବୋଲି ଆଶଙ୍କା କରାଯାଉଛି । ଇଣ୍ଡୋନେସିଆରୁ ଭାରତ ପ୍ରାୟ ଏହା ରପ୍ତାନୀ କରୁଥିବା ତେଲର ୨୧ ପ୍ରତିଶତ କ୍ରୟ କରିଥାଏ । ଏବେ ଇଣ୍ଡୋନେସିଆରେ ଦରଦାମ ବୃଦ୍ଧି ପାଉଥିବାରୁ ସେଠାକାର ସରକାର ବାହାର ଦେଶକୁ ତୈଳ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି । ଇଣ୍ଡୋନେସିଆରେ ଅଧିକ ମାତ୍ରାରେ ପାମ୍‌ ଅଏଲ୍‌ ହୋଇଥାଏ । ସେଠାକାର କମ୍ପାନୀମାନେ ଉତ୍ପାଦନ କରୁଥିବା ମୋଟ୍‌ ତେଲ ୨୦ ପ୍ରତିଶତ ଘରୋଇ ବଜାରରେ ବିକ୍ରି କରିବେ ବୋଲି ସରକାର ନିୟମ ପ୍ରଣୟନ କରିଛନ୍ତି । ଚୀନ୍‌ ସେଠାରୁ ୧୪ ପ୍ରତିଶତ ପାମ୍‌ ଅଏଲ୍‌ କିଣୁଥିବା ବେଳେ ଭାରତ ୨୧ ପ୍ରତିଶତ କିଣିଥାଏ । ଏହି ପ୍ରତିବନ୍ଧ ଯୋଗୁଁ ପାମ୍‌ ଅଏଲ୍‌ ଦର ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ପାଇଛି ।

ଏହା ସହ ଅଶୋଧିତ ସୋୟା ତେଲର ଦାମ୍‌ ମଧ୍ୟ ବୃଦ୍ଧି ପାଇଛି । ପୂର୍ବରୁ ଏକ ଟନ୍‌ ସୋୟା ତେଲ ୨୫ ଡଲାରି ଥିଲା । ଏହା ଏବେ ବୃଦ୍ଧି ପାଇ୧୪୯୦ରେ ପହଞ୍ଚିଛି । ପୂର୍ବରୁ ରାଇସ୍‌ବ୍ରାନ୍‌ ଅଏଲ୍‌ ଏକ ବାରେଲ୍‌ ଦର ୧୦୦ ଡଲାର ଥିଲା ।. ଏବେ ୧୪୫୦ ଟଙ୍କାରେ ପହଞ୍ଚିଛି । ଏବେ ତେଲ ଦର ଆକାଶ ଛୁଆଁ ହୋଇଛି ।

Comments (0)
Add Comment