ରୋଜଗାରିଆ ପୁଅର ଦୁଇଟି ଯାକ କିଡନୀ ଫେଲ୍, ଜୀବନ ବଞ୍ଚେଇବାକୁ ନେହୁରା ହେଉଛନ୍ତି ବାପା, ମାଆ

ଭୁବନେଶ୍ବର : ରୋଜଗାରିଆ ପୁଅର ଦୁଇଟି ଯାକ କିଡନୀ ଫେଲ୍ । ଜୀବନ ବଞ୍ଚେଇବାକୁ ନେହୁରା ହେଉଛନ୍ତି ବାପା, ମାଆ । ଦିବାନା ସ୍ୱାଇଁ ଘରର ଗୋଟିଏ ବୋଲି ରୋଜଗାରିଆ ବଡ ପୁଅ । ବାପା ମା ଭାବିଥିଲେ, ପୁଅ ରୋଜଗାର କରି ଘର ସମ୍ଭାଳିବ । ବୁଢା ବୟସରେ କାନ୍ଧକୁ ବଳ ଦେବ । ହେଲେ ସେ ସବୁ ସ୍ୱପ୍ନ ଆଜି ଧୂଳିରେ ମିଶିଯାଉଛି, ସେ ସବୁ କିଛି ଆଶା ମଉଳି ଯାଉଛି । ୩ ମାସ ତଳେ ହଠାତ୍ ଦିବାନାଙ୍କର ଦେହ ଖରାପ ହେବାକୁ ଲାଗିଲା । ଦେହ ହାତ ଫୁଲିବା ସହିତ କିଛି କିଛି ଲକ୍ଷଣ ପ୍ରକାଶ ପାଇଥିଲା । ଆଉ ଯେତେବେଳେ ଡାକ୍ତର କିଡନୀ ଫେଲ୍ କଥା କହିଥିଲେ । ସେତେବେଳେ ପୂରା ପରିବାରର ପାଦ ତଳୁ ହିଁ ମାଟି ଖସିଯାଇଥିଲା ।ପୁଅକୁ ବଞ୍ଚେଇବା ପାଇଁ ଏବେ ହସ୍ପିଟାଲ ରୁ ହସ୍ପିଟାଲ ବୁଲୁଛନ୍ତି ବାପା ମାଆ । ଯାହା ଯେତିକି ସଞ୍ଚୟ ଥିଲା, ସେତକ ବି ସରିବାକୁ ବସିଲାଣି । ଦିବାନା ଭଲ ହେବାକୁ ହେଲେ, ଏବେ କିଡନୀ ଟ୍ରାନ୍ସପ୍ଲାଂଟ ଦରକାର। କେମିତି ଏତେ ଟଙ୍କା କେଉଁଠୁ ଆଣିବେ ତାକୁ ନେଇ ଚିନ୍ତାରେ ଦୁଃଖୀ ବାପା ମାଆ । ଭୁବନେଶ୍ୱର ଶିରିପୁର ଅଞ୍ଚଳରେ ରୁହନ୍ତି ଦିବାନା ସ୍ୱାଇଁ। ବାପା ରଙ୍ଗ କାମ କରି ପରିବାର ପୋଷନ୍ତି। ରଙ୍ଗ କାମରେ ଯାହା କିଛି ମିଳେ ସେଥିରେ ଦୁଃଖକଷ୍ଟରେ ପରିବାର ଚଳିଯାଏ। ପୁଅ ଦିବାନା ପାଠ ପଢା ଶେଷ କରିବା ପରେ ନୂଆ ନୂଆ ରୋଜଗାର କରିବା ଆରମ୍ଭ କରିଥିଲେ। ବାପା ମା ଭାବିଥିଲେ, ପୁଅ ରୋଜଗାର କରି ଘର ସମ୍ଭାଳିବ । ବୁଢା ବୟସରେ କାନ୍ଧକୁ ବଳ ଦେବ, ହେଲେ ପୁଅର ଏପରି ଅବସ୍ଥା ଦେଖି ବାପା ମାଙ୍କ ସବୁ ସ୍ୱପ୍ନ ଆଜି ଧୂଳିରେ ମିଶିଯାଉଛି, ସେ ସବୁ କିଛି ଆଶା ମଉଳି ଯାଉଛି । ୩ ମାସ ତଳେ ହଠାତ୍ ଦିବାନାଙ୍କର ଦେହ ଖରାପ ହେବାକୁ ଲାଗିଲା । ଦେହ ହାତ ଫୁଲିବା ସହିତ କିଛି କିଛି ଲକ୍ଷଣ ପ୍ରକାଶ ପାଇଥିଲା । ଆଉ ଯେତେବେଳେ ଡାକ୍ତର କିଡନୀ ଫେଲ୍ କଥା କହିଥିଲେ । ସେତେବେଳେ ପୂରା ପରିବାରର ପାଦ ତଳୁ ହିଁ ମାଟି ଖସିଯାଇଥିଲା ।ପୁଅକୁ ବଞ୍ଚେଇବା ପାଇଁ ଏବେ ହସ୍ପିଟାଲ ରୁ ହସ୍ପିଟାଲ ବୁଲୁଛନ୍ତି ବାପା ମାଆ । ଯାହା ଯେତିକି ସଞ୍ଚୟ ଥିଲା, ସେତକ ବି ସରିବାକୁ ବସିଲାଣି । ଦିବାନା ଭଲ ହେବାକୁ ହେଲେ, ଏବେ କିଡନୀ ଟ୍ରାନ୍ସପ୍ଲାଂଟ ଦରକାର ଥିବାବେଳେ, କେମିତି ଏତେ ଟଙ୍କା କେଉଁଠୁ ଆଣିବେ ତାକୁ ନେଇ ଚିନ୍ତାରେ ଦୁଃଖୀ ବାପା ମାଆ । ତେବେ ସରକାରୀ ସାହାଯ୍ୟକୁ ଅନେଇ ବସିଛନ୍ତି ପୂରା ପରିବାର। ଆପଣଙ୍କର ଛୋଟିଆ ସାହାଯ୍ୟ ମଧ୍ୟ ଦିବାନାଙ୍କୁ ଦେଇପାରିବ ନୂଆ ଜୀବନ । ଆପଣ ଯଦି ଦିବାନାଙ୍କୁ ସାହାଯ୍ୟର ହାତ ବଢେଇବାକୁ ଚାହୁଁଛନ୍ତି । ତାଙ୍କୁ କିଛି ବି ସାହାଯ୍ୟ କରିବାକୁ ଇଚ୍ଛା କରୁଛନ୍ତି ତେବେ ନିଶ୍ଚୟ ସାହାଯ୍ୟର ହାତ ବଢାନ୍ତୁ ।

ନାମ – ଦିବାନା ସ୍ୱାଇଁ
ଆକାଉଣ୍ଟ ନମ୍ବର – 50502310715
ଆଇଏଫଏସସି କୋର୍ଡ – IDIB000G597, ଆଲ୍ଲାବାଦ୍ ବ୍ୟାଙ୍କ୍
ଫୋନ୍ ପେ ନମ୍ବର – 7537994779

Comments (0)
Add Comment