୧୨-୧୪ ବର୍ଷ ପିଲାଙ୍କୁ ୧୬ରୁ ଟିକା

ଫୁଲବାଣୀ:-ସୂଚନାଯୋଗ୍ୟ ଚଳିତବର୍ଷ ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ କୋଭିଡ୍‌ ଟିକା ଦିଆଯାଉଛି । ଦେଶରେ ଏହି ବୟସ ବର୍ଗର ପ୍ରାୟ ଆସନ୍ତାକାଲି ୧୬ ମାର୍ଚ୍ଚ ୨୦୨୨ରୁ (ବୁଧବାର) ଦେଶରେ ୧୨ରୁ ୧୪ ବର୍ଷ ବୟସର ବର୍ଗର ପିଲାଙ୍କୁ କୋଭିଡ୍‌ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ସୋମବାର ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ବିସ୍ତୃତ ଆଲୋଚନା କରିବାପରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ୨୦୦୮, ୨୦୦୯ ଓ ୨୦୧୦ରେ ଜନ୍ମଗ୍ରହଣ କରିଥିବା ପିଲାମାନେ ଟିକା ନେବାକୁ ଯୋଗ୍ୟ ବିବେଚିତ ହେବେ ବୋଲି କୁହାଯାଇଛି । ଅର୍ଥାତ ଆସନ୍ତାକାଲି ତଥା ପ୍ରଥମ ପର୍ଯ୍ୟାୟରେ ଏହା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଟିକାକରଣ କେନ୍ଦ୍ରରେ ଆରମ୍ଭ ହେବ ଏବଂ ପରେ ସମସ୍ତ ବ୍ଲକ୍‌ସ୍ତରୀୟ ଟିକାକରଣ କେନ୍ଦ୍ର ବିଶେଷ କରି ସ୍କୁଲ୍‌ ମାନଙ୍କରେ ଦିଆହେବ । ଏଥିପାଇଁ ସେହି ପିଲାର ବୟସ ୧୫ ମାର୍ଚ୍ଚ ୨୦୧୦ ପୂର୍ବରୁ ହେବ ଅତ୍ୟାବଶ୍ୟକ । ଏହି ବର୍ଗର ପିଲା ମାନଙ୍କ ପାଇଁ ୨୦୨୨ ମାର୍ଚ୍ଚ ୧୬ ସୁଦ୍ଧା ଏମାନଙ୍କ ବୟସ ୧୨ ବର୍ଷରୁ ଅଧିକ ହୋଇଥିବା ଜରୁରୀ । ଏହି ବର୍ଗର ପିଲା ମାନଙ୍କ ପାଇଁ ପାଇଁ ହାଇଦ୍ରାବାଦସ୍ଥିତ ବାୟୋଲଜିକାଲ ଇଭାନ୍ସ କମ୍ପାନୀ ଦ୍ୱାରା ପ୍ରସ୍ତୁତ ‘କୋର୍ବେଭାକ୍ସ’ ଟିକା କରାଯିବ ବୋଲି ଜଣାପଡିଛି । ପ୍ରଥମ ଟିକାର ୨୮ ଦିନ ପରେ ଦ୍ୱିତୀୟ ମାତ୍ରା ଟିକା ଦିଆହେବ ।ଏହା ସହିତ ସମସ୍ତ ୬୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ମାନଙ୍କୁ ତୃତୀୟ ଟିକାକରଣର ବ୍ୟବସ୍ଥା ବି ହେଇଛି । ପୂର୍ବରୁ ଏହା କେବଳ ରୋଗ ଲକ୍ଷଣ ଥିବା ବ୍ୟକ୍ତି ହିଁ ଦିଆ ହେଉଥିଲା ।ଏହି ସେବା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କନ୍ଧମାଳଙ୍କ ଜରିଆରେ ଆୟୋଜିତ ହେଉଅଛି ବୋଲି ସୂଚନା ମିଳିଛି ।

Comments (0)
Add Comment