ପୁରୁଣାକଟକ ମଣ୍ଡଳରେ ବିଜେପିର ମହା ଜନସମ୍ପର୍କ ଅଭିଯାନ

ହରଭଙ୍ଗା: ଆଜି ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ହରଭଙ୍ଗା ବ୍ଲକର ୮ ନମ୍ବର ମଣ୍ଡଳ ପୁରୁଣାକଟକ କଲ୍ୟାଣମଣ୍ଡପ ଠାରେ ମଣ୍ଡଳ ସଭାପତି ବାମନ ବାରିକଙ୍କ ନେତୃତ୍ୱରେ ମହାଜନସମ୍ପର୍କ ଅଭିଯାନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆରମ୍ଭରେ ଡ଼. ଶ୍ୟାମପ୍ରସଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କ ବହୁମୁଖୀ ପ୍ରତିଭା ଉପରେ ବକ୍ତା ମାନେ ଅଭିଭାଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି ଯୋଗଦାନ କରି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନଅ ବର୍ଷ ଶାସନପୂର୍ତ୍ତୀ ଉପଲକ୍ଷେ ମଣ୍ଡଳ ସ୍ତରରେ ଜନ ସମ୍ପର୍କ ଅଭିଯାନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ବିଗତ ୯ ବର୍ଷ ଶାସନ କାଳରେ ଭାରତର ବିଶେଷ କରି ଓଡିଶାରେ କେନ୍ଦ୍ରସରକାରଙ୍କ ପକ୍ଷରୁ କରାଯାଇଥିବା ସେବା, ସୁଶାସନ, ଗରିବୀ କଲ୍ୟାଣ ଯୋଜନା ଉପରେ ମନ୍ତବ୍ୟ ଦେଇଥିଲେ । ଓଡିଶାରେ ୧୮ ଲକ୍ଷରୁ ଉଦ୍ଧ୍ୱର୍ ଲୋକଙ୍କୁ ମାଗଣାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଣ, ୩କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ, ୭୬ ଲକ୍ଷ ପରିବାରକୁ ଶୌଚାଳୟ, ୫୪ ଲକ୍ଷ ଲୋକଙ୍କୁ ମାଗଣା ରେ ରୋଷେଇ ଗ୍ୟାସ,୨୪ ଲକ୍ଷ ଲୋକଙ୍କୁ ମାଗଣା ବିଦ୍ୟୁତ ସଂଯୋଗ, ଜଳ ଜୀବନ ମିଶନ ରେ ୫୩ ଲକ୍ଷ ପରିବାରକୁ ଟ୍ୟାପ ଯୋଗେ ପିଇବା ପାଣି ଯୋଗେଇଦେବା ଇତ୍ୟାଦି ଉପରେ ମଧ୍ୟ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଲୋକସଭା ସଂଯୋଜକ ରମେଶ ମହାନ୍ତି ତାଙ୍କ ଅଭିଭାଷଣରେ ବୁଥ ସ୍ତରୀୟ କମିଟିକୁ ସକ୍ରିୟ କାର୍ଯ୍ୟକ୍ଷମ କରିବା ଉପରେ ସଚେତନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ୟାମସୁନ୍ଦର ମହାନ୍ତି, ରମେଶ ମହାନ୍ତି, ସୁଶାନ୍ତ ପ୍ରଧାନ, ଶିଶିର ଘୋଷ, ପୂର୍ଣ୍ଣଚନ୍ଦ୍ର ଗାଈଗୌରିଆ, ସୁବାସ ପ୍ରଧାନ, ମାଗୁଣି ଗାଈଗୌରିଆ, ସୁକାନ୍ତ ପାଣିଗ୍ରାହୀ, ପ୍ରଣବ ନାୟକ, କାଳନ୍ଦୀ ଖେତି, କାଳିଆ ସାହୁ, ବୁଲୁ ଯୋଶୀ, ବାସନ୍ତୀ ବେହେରା, କଲ୍ୟାଣି ବେହେରା, ଗୀତାଞ୍ଜଳି ପ୍ରଧାନ, ବିଶିକେସନ ପ୍ରଧାନ, ସୂର୍ଯ୍ୟନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment