ଚାରି ଦିନ ଯାଏ ଲଗାଣ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଆହୁରି ଚାରି ଦିନ ଯାଏ ଲଗାଣ ବର୍ଷା ଲାଗି ରହିବ । ଆସନ୍ତା ୨୬ ତାରିଖ ଯାଏଁ ପୂର୍ବରୁ ନେଇ ପଶ୍ଚିମ ଏବଂ ଉତ୍ତରରୁ ନେଇ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । 

ଓଡ଼ିଶା ଉପକୂଳରେ ଦୁଇ ଦୁଇଟି ଟ୍ରପ୍ ଲାଇନ ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିବ । ବିଶେଷକରି ଆସନ୍ତା ଦୁଇ ଦିନ ଯାଏ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷାର ଆକଳନ କରାଯାଇଛି । ସେହିପରି କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଭଦ୍ରକ, ବାଲେଶ୍ଵର, ,କେନ୍ଦୁଝରରେ ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ଆଶଙ୍କା ମଧ୍ୟ ରହିଛି। ବାହୁଡ଼ା ସମୟରେ ପୁରୀ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୬ ତାରିଖ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବାର ଅନୁମାନ କରିଛି ପାଣିପାଗ ବିଭାଗ ।

Comments (0)
Add Comment