ସମ୍ବଲପୁରରେ ବିଶ୍ୱ ରେଡକ୍ରସ ଦିବସ ପାଳିତ

ସମ୍ବଲପୁର: ଆଜି ସମଗ୍ର ବିଶ୍ୱରେ ରେଡକ୍ରସ ଦିବସ ଶ୍ରଦ୍ଧା ସହକାରେ ପାଳନ କରାଯାଉଛି । ପ୍ରକୃତରେ ଆଜି ହେଉଛି ମହାନ ମାନବତାବାଦୀ ଜୀନ ହେନରୀ ଦୁନାଣ୍ଟଙ୍କ ଜନ୍ମଦିନ, ଯିଏକି ଏହି ବିଶ୍ୱ ସ୍ତରୀୟ ସ୍ୱେଚ୍ଛାସେବୀ ସଂଗଠନ ରେଡକ୍ରସ ସୋସାଇଟି ସ୍ଥାପନା କରିଥିଲେ । ତାଙ୍କୁ ସ୍ମରଣ କରି ପ୍ରତିବର୍ଷ ଆଜିକାର ଦିନକୁ ବିଶ୍ୱ ରେଡକ୍ରସ ଦିବସ ରୂପେ ପାଳନ କରାଯାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଭୀଷିକା ତାଙ୍କୁ ବହୁତ ଦୁଃଖୀ କରିଥିଲା ଓ ଏହି ଯୁଦ୍ଧରେ ଆହତ ଲୋକଙ୍କ ସେବା ଶୁଶ୍ରୁଷା କରିବା ପାଇଁ ସେ ଏପରି ଏକ ବୈଶ୍ୱିକ ସଂଗଠନ ସ୍ଥାପନ କଥା ଚିନ୍ତା କରିଥିଲେ । ସେତେବେଳେ ଯୁଦ୍ଧରେ ସାମିଲ ରହୁଥିବାରୁ ନିଜ ସହଯୋଗୀ ରୂପେ ସେ କୌଣସି ପୁରୁଷକୁ ପାଇ ନଥିଲେ, ଏଣୁ କେବଳ ମହିଳାମାନଙ୍କୁ ନେଇ ଏହି ମହାନ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ଏହା ବୃଦ୍ଧି ଲାଭ କରି ସମଗ୍ର ବିଶ୍ୱରେ ଲୋକପ୍ରିୟତା ହାସଲ କରିପାରିଥିଲା । ତାଙ୍କର ଏହି ମହାନ କାର୍ଯ୍ୟକୁ ସମ୍ମାନ ଦର୍ଶାଇ ରେଡକ୍ରସ ସୋସାଇଟିକୁ ଦୁଇଥର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ମହାନ ଦିନକୁ ସ୍ମରଣ କରି ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ରେଡକ୍ରସ ଦିବସ ପାଳନ କରାଯାଇଛି । ଏଥିପାଇଁ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ସ୍କୁଲ ଓ କଲେଜ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଓ ମଞ୍ଚାସୀନ ଅତିଥି ମାନେ ସମବେତ ସଭାକୁ ସମ୍ବୋଧିତ କରିଥିଲେ ।

Comments (0)
Add Comment