ସାମ୍ବାଦିକ ସୁଶାନ୍ତ ସାହୁଙ୍କ ବୋଉ ଭୁବେନେଶ୍ୱରରେ ନିଖୋଜ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବୁଡାଗୁଡା ଅଞ୍ଚଳର ବାସିନ୍ଦା ବେଣୁଧର ସାହୁଙ୍କ ପତ୍ନୀ ନିର୍ମଳା ସାହୁ(ବୟସ-୫୫) କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ଗତ ସୋମବାର (ତା ୧୮-୦୯-୨୦୨୩) ସନ୍ଧ୍ୟାରେ ସେ ବୁଡାଗୁଡା ଠାରୁ ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଓମ୍‌ ଚକାଡୋଳା ବସରେ ବସିଥିଲେ । ମଙ୍ଗଳବାର ୧୯-୦୯-୨୦୨୩ ଦିନ ପାହାନ୍ତା ୪ଟା ସମୟରେ ସେ ବରମୁଣ୍ଡା ବସଷ୍ଟାଣ୍ଡରେ ଓହ୍ଲାଇଥିବାର ବସ କର୍ମଚାରୀ କହୁଛନ୍ତି । ଏହାପରେ ସେ କୁଆଡେ ଯାଇଛନ୍ତି, କିଛି ଜଣାପଡ଼ୁନି । ଘରୁ ଆସିଲାବେଳେ ସେ ମୋବାଇଲ କି ଟଙ୍କା କିଛି ଆଣିକରି ଆସିନାହାନ୍ତି । କେହି ତାଙ୍କର ସନ୍ଧାନ ପାଇଲେ ତାଙ୍କର ପୁତ୍ର ତଥା ନ୍ୟୁଜ୍‌ ୭ର ଦାରିଙ୍ଗବାଡି ପ୍ରତିନିଧି ସୁଶାନ୍ତ ସାହୁଙ୍କୁ ଜଣାଇବାକୁ ଅନୁରୋଧ । ଯୋଗାଯୋଗ-୯୪୩୭୮୫୮୩୨୦, ୭୦୦୮୬୮୪୭୨୩ ।

Comments (0)
Add Comment