ଘୁ.ଉଦୟଗିରି:- ମନୁଷ୍ୟ ଏକ ସାମାଜିକ ପ୍ରାଣୀ, ଏଇ ୪ ଶବ୍ଦ ବିଶିଷ୍ଟ ବାକ୍ୟକୁ ମୂଲ୍ୟବୋଧ କରିବାକୁ ଯାଇ ସ୍ଥାନୀୟ ଯୁବକ ମାନଙ୍କ ତରଫରୁ ଛୋଟିଆ ପ୍ରୟାସ । “ଚାଲ ବଞ୍ଚେଇବା ସର୍ପ ଜୀବନ” କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ସହରର ଜଗନ୍ନାଥ ନାୟକଙ୍କ ନେତୃତ୍ୱରେ କିଛି ଯୁବକ ସ୍ୱେଚ୍ଛାକୃତ ଭାବେ ଆଖପାଖ ଅଞ୍ଚଳରୁ ନିଜ ଜୀବନକୁ ବାଜି ଲଗେଇ କାହା ଘରୁ କାହା ଦୋକାନରୁ କହିବାକୁ ଗଲେ ମଣିଷ ସଂସ୍ପର୍ଶରେ ଆସୁଥିବା ସମସ୍ତ ସାପ ଗୁଡ଼ିକୁ ଉଦ୍ଧାର କରି ଜଙ୍ଗଲରେ ନେଇ ଛାଡ଼ନ୍ତି । ଆଜି ସେଇ ସ୍ନେକ୍ ହେଲ୍ପଲାଇନ ଟିମ୍ ର ସଦସ୍ୟ ମାନଙ୍କୁ ୱାର୍ଡ଼ ସଙ୍ଗଠନର ସମ୍ପାଦକ ଆଶୁତୋଷ ସାହୁଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ , ସମ୍ମାନୀତ ଅତିଥି, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ଡ଼. ସତ୍ୟନାରାୟଣ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନରଞ୍ଜନ ପତି ,ବରିଷ୍ଠ ସାମ୍ବାଦିକ ସମୀର ପାଢ଼ୀ ଯୋଗ ଦେଇଥିଲେ । ସମସ୍ତ ଅତିଥି ବିନା କୌଣସି ଶୁଳ୍କରେ ସର୍ପ ଉଦ୍ଧାରକାରୀ ଦଳ ସହର ଓ ଆଖ ପାଖ ଅଞ୍ଚଳରେ ବିଷାକ୍ତ ଗୁଡ଼ିକୁ ଉଦ୍ଧାର କରି ମଣିଷ ଜୀବନ ସହ ସାପ ଜୀବନ ରକ୍ଷା କରିବା ଏକ ଭଲ କାମ କହି ପ୍ରଶଂସା କରିବା ସହ ଯେକୌଣସି ପ୍ରାଣୀ ଜୀବନ ବଞ୍ଚେଇବା ଏକ ମହାନ କାର୍ଯ୍ୟ କହିଥିଲେ ଓ ସର୍ପ ଉଦ୍ଧାର କରିବା ସମୟରେ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ସ୍ନେକ୍ ହେଲ୍ପ ଲାଇନ ଦଳର ଜଗନ୍ନାଥ ନାୟକ, ସୋମନାଥ ପ୍ରଧାନ, ପ୍ରବୀଣ ନାୟକ, ଅନିଲ କୁମାର ମହାପାତ୍ର, ଅଭୟ ଯୁଣ୍ଡି, ବାପୁନି ଆର୍ଯେଲି, ରାଜୀବ ଲୋଚନ ଦଳବେହେରା, ବିବେକାନନ୍ଦ ପ୍ରଧାନ, ଜିତେନ୍ଦ୍ର ପୃଷ୍ଟି, ଶ୍ରୀଚରଣ ଦଳବେହେରା ଓ ଜିତେନ୍ଦ୍ର କୁମାର ଦାସ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଅନେକ ନଗରବାସୀ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସାମ୍ବାଦିକ ବଟକୃଷ୍ଣ ଦାସ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସାମ୍ବାଦିକ ଅରୁଣ କୁମାର ଷଡ଼ଙ୍ଗୀ ସମ୍ବର୍ଦ୍ଧନା ଉତ୍ସବର ପରିଚାଳନା କରିଥିଲେ ।