ଘୁ.ଉଦୟଗିରି: ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀ ଆଜି କଳିଙ୍ଗା ଗ୍ରାମ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଛନ୍ତି । ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଗୃହ ନିର୍ମାଣ କାର୍ଯ୍ୟ ଗୁଡ଼ିକ ପରିଦର୍ଶନ କରି ଯଥାଶୀଘ୍ର ଯେପରି ଗୃହ କାମ ସରିବ ଏବଂ ହିତାଧିକାରୀ ମାନେ ଯେପରି ସରକାରଙ୍କ ବୋନସ୍ ୨୦୦୦୦ ଟଙ୍କା ପାଇପାରିବେ ସେ ବିଷୟରେ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏବଂ କଳିଙ୍ଗା ଗ୍ରାମ ପଞ୍ଚାୟତ ସଭା ଗୃହରେ ପଞ୍ଚାୟତର ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଯଥା ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ମିଶନ ଓ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟ ଯେପରି ଯଥାଶୀଘ୍ର ସମାପ୍ତ ହୋଇପାରିବ ସେ ନେଇଁ ଗାଁ ସାଥୀ ଏବଂ ପଞ୍ଚାୟତ କର୍ମଚାରୀ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଏଏଇ ଅଶୀତ କୁମାର ସେଠୀ, ଏଇ ବାଳକୃଷ୍ଣ ମିଶ୍ର, ବିପିସିଆରଏଚ ଜଗନ୍ନାଥ ରଥ, ଏପିଓ ଗାୟତ୍ରୀ ସାହୁ, କନିଷ୍ଠ ଯନ୍ତ୍ରୀ ତାଜ ଅହମଦ ଖାଁ, ବିଆରସି ଇମାନୁଏଲ ନାୟକ, ସରପଞ୍ଚ ବକ୍ସି ମଳିକ, ନାୟକ ସରପଞ୍ଚ ସୁମଶୀ ପ୍ରଧାନ, ସମିତି ସଭ୍ୟ ମାଲ୍ୟବନ୍ତ କହଁର ଏବଂ ପଞ୍ଚାୟତର ଗାଁ ସାଥୀ ଓ ଅଞ୍ଚଳବାସୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।