ପୁରୀ ଅର୍ବାନ୍‌ କୋ ଅପରେଟିଭ ବ୍ୟାଙ୍କର ସାଧାରଣ ସଭାକୁ ବର୍ଜନ କଲେ ନିର୍ଦ୍ଦେଶକ ମଣ୍ଡଳୀ

ପୁରୀ: ଶନିବାର ଦିନ ପୁରୀ ଅର୍ବାନ୍‌ ବ୍ୟାଙ୍କର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ ନିର୍ଦ୍ଦେଶକ ମଣ୍ଡଳୀମାନେ ବର୍ଜନ କରିବା ସହ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଥିଲେ । ଜାତୀୟକରଣ ବ୍ୟାଙ୍କ ପରିବର୍ତ୍ତେ ମୋଟା ଅଙ୍କର କମିସନ୍‌ ନେଇ ପ୍ରାଇଭେଟ ବ୍ୟାଙ୍କରେ ଟଙ୍କା ଜମା ରଖାଲିବା, ଶିକ୍ଷାଗତ ଯୋଗ୍ୟତା ନଥାଇ ସମ୍ପାଦକ ନିଯୁକ୍ତି ଓ ପୂର୍ବତନ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା, ଚକାଡୋଳା ଡେଲି ଡିପୋଜିଟ ସ୍କିମକୁ ଆରବିଆଇ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଥିବା ସତ୍ୱେ୍ୱ ବେଆଇନ ଭାବେ ଚାଲୁ ରଖିବା, ବ୍ୟାଙ୍କର ସଭ୍ୟମାନଙ୍କୁ ନଡାକି ଅଣ ସଭ୍ୟମାନଙ୍କୁ ନେଇ ସାଧାରଣ ସଭା ପରିଚାଳନା କରିବା ଓ ସାଧାରଣ ସଭାରେ ସଭ୍ୟମାନଙ୍କୁ ନିଜ ନିଜର ଦାବି ଉପସ୍ଥାପନ କରିବାକୁ ସୁଯୋଗ ନଦେବା ଦାବିରେ ସଦସ୍ୟମାନେ ଏହି ସଭାକୁ ବର୍ଜନ କରିଥିଲେ । ଉପସଭାନେତ୍ରୀ ମମତା ରାଣୀ ସାହୁ ସମେତ ନିର୍ଦ୍ଦେଶକ ପ୍ରତାପ ମହାନ୍ତି, ଡଃ ପ୍ରଧାନ ଧୀରେନ୍‌ ରାୟ, ଉମାକାନ୍ତ ନାୟକ, ରବି ନାରାୟଣ ଦାଶ, ଅନିଲ କୁମାର ସାହୁ, ବୃନ୍ଦାବନ ବେହେରା ପ୍ରମୁଖ ସାଧାରଣ ସଭାକୁ ବର୍ଜନ କରି ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଥିଲେ । ଆଗାମୀ ଦଶ ଦିନ ମଧ୍ୟରେ ନ୍ୟାୟୋଚିତ୍ତ ଦାବି ଗୁଡିକ ପୂରଣ ନହେଲେ ଭିଜିଲାନ୍ସରେ ଅଭିଯୋଗ କରିବା ପାଇଁ ବାଧ୍ୟ ହେବୁ ବୋଲି ନିର୍ଦ୍ଦେଶକମାନେ ଚେତାବନୀ ଦେଇଛନ୍ତି ।

Comments (0)
Add Comment