ଚିଲିକାରେ ଡଲଫିନ ଗଣନା ଆରମ୍ଭ

ପୁରୀ : ଚିଲିକାରେ ଡଲଫିନ ଗଣନା ଆରମ୍ଭ ହୋଇଚି । ୧୮ ଟି ଟିମ୍‌ କୁ ନେଇ ଚାଲିଚି ଡଲଫିନ ଗଣନା । ଭିଡ଼ିଓ ଗ୍ରାଫି, ଫୋଟୋ ଗ୍ରାଫି, ବାଇନାକୁଲର, ଜିପିଏସ ବ୍ୟବହାର କରାଯାଇ ଡଲଫିନ ଗଣନା କରାଯାଉଛି । ବନ ବିଭାଗ, ଚିଲିକା ଉନୟନ କର୍ତ୍ତୃପକ୍ଷ, ମୋଟର ବୋଟ ସଂଘ, ଡଲଫିନ ବିଶେଷଜ୍ଞ, ସ୍ୱେଚ୍ଛାସେବୀଙ୍କୁ ଏଥିରେ ସାମିଲ କରଯାଇଛି । ଗଣତି ସମୟରେ ଚିଲିକାରେ ସମସ୍ତ ପ୍ରକାର ଡଙ୍ଗା, ବୋଟ ଚଳାଚଳ ବନ୍ଦ ରହିବ । ବିରଳ ଇରିୱାଡ଼ି ପ୍ରଜାତିର ଡଲଫିନ ଗଣନା କରଯାଉଛି । ତେବେ ଜିପିଏସ ମାଧ୍ୟମରେ ଡଲଫିନ ରହୁଥିବା ରୁଟ ଗୁଡିକରେ ଗଣନା ଜାରି ରହିଚି । ପାଗ ବେଶ୍‌ ଅନୁକୂଳ ଥିବାରୁ ଗଣନା କାର୍ଯ୍ୟ ସଠିକ୍‌ ଚାଲିଥିବା ଗଣନା କାର୍ଯ୍ୟ ରେ ନିୟୋଜିତ ଥିବା ଟିମ୍‌ ସଦସ୍ୟ କହିଛନ୍ତି । ତେବେ ଗଣନା କାରୀ ଟିମ୍‌ ଚିଲିକା ରାଜହଂସ ପଟେ ସକାଳୁ ଗଣନା କରୁଥିବା ଟିମ୍‌ କହିଚି ସକାଳେ ସେମାନେ ୧୭ ଟିମ ଡଲଫିନ ଦେଖିସାରିଛନ୍ତି । ଚିଲିକାର ଅନ୍ୟ ଅଞ୍ଚଳରେ ମଧ୍ୟ ଗଣନା ଚାଲିଚି । ଗଣନା ସରିବା ପରେ ବନ ବିଭାଗ ସୂଚନା ପ୍ରଦାନ କରିବ । ଖୋର୍ଦ୍ଧା ବାଲୁଗାଁ ପଟରେ ମଧ୍ୟ ଗଣନା ଚାଲିଚି । ସେପଟେ କେନ୍ଦ୍ରାପଡ଼ା ଗହିର ମଥାରେ ମଧ୍ୟ ଡଲଫିନ ଗଣନା ଆରମ୍ଭ ହୋଇଚି । ୯ ଟି ଟିମ୍‌ ଏଠାରେ ଗଣନା ରେ ଲାଗିଛନ୍ତି । ତେବେ ସୂଚନା ଅନୁଯାୟୀ ୨୦୨୩ ମସିହାରେ ଚିଲିକାରେ ମୋଟ ୧୭୩ଟି ଡଲଫିନ ଗଣନା ହୋଇଥଲା । ସେଥି ମଧ୍ୟରୁ ୧୫୪ ଟି ଇରିୱାଡି ପ୍ରଜାତିର ଓ ବୋଟଲ ନୋଜ ପ୍ରଜାତିର ଡଲଫିନ ଦେଖିବକୁ ମିଳିଥିବା । ତେବେ ବିରଳ ଇରିୱଡ଼ି ଡଲଫିନ କେବଳ ଚିଲିକାରେ ଦେଖାଯାଆନ୍ତି । ତେବେ ଏହା ତିନି ଦିନ ଧରି ଗଣନା ହେବା ପରେ ଭୁବନେଶ୍ୱରରେ ପିସିସିଏଫ ସମଗ୍ର ଗଣତିର ସୂଚନା ପ୍ରଦାନ କରିବେ ।

Comments (0)
Add Comment