ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ହରଭଙ୍ଗା : ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ସ୍ଥିତ ଠିଡିକାଯୋର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ରଥ ମହୋତ୍ସବ କମିଟି ସଭାପତି ତହସିଲଦାର ତଥା ଦେବୋତ୍ତର ଅଧିକାରୀ ବଳଦେବ ବେହେରାଙ୍କ ସଭାପତିତ୍ବରେ ସମ୍ମାନିତ ଅତିଥି ଭାବେ ହରଭଙ୍ଗା ବିଡ଼ିଓ ଶରତ କୁମାର ସେଠୀ,ପୁରୁଣା କଟକ ଥାନା ଭାରପ୍ରାପ୍ତ ଅଧିକାରୀ ଅରୁନ କୁମାର ସିଂ , ଚାରିଛକ ଅଗ୍ନିଶମ କର୍ମଚାରୀ ସୁବାଷ ମେହେର , ବାଣିଭୂଷଣପୁର ପଞ୍ଚାୟତ ନାଏବ ସରପଞ୍ଚ ଷୋୖଦାମିନି ମଲ୍ଲିକ ୱାର୍ଡମେମ୍ବର ସଭ୍ୟ ସଭ୍ୟା , ଅଞ୍ଚଳର ବୁଦ୍ଧିଜୀବୀ ,ବାଣୀଭୁସଣପୁର ପଂଚାୟତର ଗ୍ରାମକମିଟି ମୁଖିଆ, ସ୍ଥାନୀୟ ଡ୍ରାଇଭର ମହାସଂଘ, ସମେତ ଜଗନ୍ନାଥ ରଥଯାତ୍ରା କମିଟି ର ସଦସ୍ୟ ଯୋଗ ଦେଇଥିଲେ । ପ୍ରଥମେ ଅତି ନିକଟରେ ପେହଲଗ୍ରାମ ରେ ଘଟିଥିବା ଆତଙ୍କି ହାମଲାରେ ମୃତ୍ୟୁବରଣ କରିଥିବା ଜନସାଧାରଣ ଙ୍କ ପାଇଁ ଗୋଟିଏ ମିନିଟ ନିରବ ପ୍ରାର୍ଥନା ରଖାଯାଇଥିଲା । ପରେ ସମ୍ପାଦକ ବାମଦେବ ଦାଶ ଗତ ବୈଠକର ବିବରଣୀ ପାଠ କରିଥିଲେ । ଚଳିତ ବର୍ଷ ନୂତନ ରଥ ନିର୍ମାଣ କରିବା ସହ ରଥଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାପାଇଁ ପାଣ୍ଠି ସଂଗ୍ରହ, ମୀନାବଜାର,ରଥ ନିର୍ମାଣ ,ସାଂସ୍କୃତିକ କାର୍ଯ୍ୟକ୍ରମ ,ସ୍ଥାନୀୟ ଲୋକକଳା ପ୍ରଦର୍ଶନ,ଗୁଣ୍ଡିଚା ମନ୍ଦିର,ମାଉସୀମା ମନ୍ଦିର ପ୍ରସ୍ତୁତି, ସ୍ନାନପୂର୍ଣ୍ଣିମା ପାଳନ ପାଇଁ ସମୀକ୍ଷା କରାଯାଇଥିଲା । ବୈଠକରେ କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ମଲ୍ଲିକ, ବୌଦ୍ଧ ବିଧାୟକ ଙ୍କ ପ୍ରତିନିଧି ଧୀରେନ ପ୍ରଧାନ , ବରିଷ୍ଠ ନାଗରିକ ମଞ୍ଚ ସଭାପତି ଜନକ ପାତ୍ର, ବିଶ୍ୱକର୍ମା କାରିଗର ବିଜୟ କୁମାର ସାହୁ , ସୁବାସ ପ୍ରଧାନ, ଅର୍ଜୁନ କଁହର, ବିର୍ଶାମୁଣ୍ଡା ଅଧିବାସୀ ସଂଘ ଉପଦେଷ୍ଟା ସୁଶୀଲ ଦେହୁରୀ, ସୁଶାନ୍ତ ଦେହୁରୀ , ସୁରେଶ ବେହେରା,ବେଦବର ପ୍ରଧାନ,ସମୀର ନାୟକ,ପୂର୍ଣଚନ୍ଦ୍ର ମହାରଣା ,ସ୍ୱପନେସ୍ୱର ନାୟକ,ବିପୁଲ ବିଶ୍ୱାସ,ହରିସଙ୍କର ସାହୁ, ସିକନ ନାୟକ,ପ୍ରଦୀପ ବେହେରା,ଚିତରଞ୍ଜନ ମଲ୍ଲିକ,ପୂର୍ଣ୍ଣିମା ରାଏ,ଅନିତା ପ୍ରଧାନ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ବାମଦେବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟପଟେ ଆଗାମୀ ଦିନରେ ରଥଯାତ୍ରା ବୈଠକରେ ସମସ୍ତ ସହଯୋଗ କାମନା କରିଛନ୍ତି ଦେବତ୍ୱର ଅଧିକାରୀ ।

Comments (0)
Add Comment