ମା’ ଛେଉଣ୍ଡ ୯ ମାସର ଶିଶୁକୁ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା

ସୁବର୍ଣ୍ଣପୁର : ୧୫ ଦିନ ତଳେ ନିଜ ମାଆକୁ ହରାଇଥିବା ୯ ମାସର ଶିଶୁକୁ ଜିଲ୍ଳା ପ୍ରଶାସନ ତରଫରୁ ଆବଶ୍ୟକ ସହାୟତା ସ୍ୱରୂପ ଶିଶୁ ଖାଦ୍ୟ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ । ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭୁଦୋବର ଗ୍ରାମର ଶଙ୍କର କୁମ୍ଭାର,୧୫ ଦିନ ତଳେ ନିଜ ମାଆକୁ ହରାଇ ଥିବା ଶିଶୁ ଧନଞ୍ଜୟ କୁମ୍ଭାରକୁ ଧରି ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଆସି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶଙ୍କୁ ନିଜର ସମସ୍ତ କଥା କହିଥିଲେ । ଶଙ୍କର କୁମ୍ଭାରଙ୍କ ଅସହାୟତାକୁ ହୃଦୟଙ୍ଗମ କରି ଡିସିପିଓ ଉକ୍ତ ପରିବାରକୁ ଜିଲ୍ଲାପାଳଙ୍କ ସହିତ ସାକ୍ଷତ କରାଇଥିଲେ । ଉକ୍ତ ବିଷୟକୁ ଗୁରୁତ୍ୱର ସହ ଗ୍ରହଣ କରି ଶିଶୁକୁ ତୁରନ୍ତ ଆଶୁ ସହଯୋଗ ନିମନ୍ତେ ଜିଲ୍ଲାପାଳ ପରାମର୍ଶ କରିଥିଲେ । ମାଆ ଛେଉଣ୍ଡ ଶିଶୁ ପାଇଁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଶିଶୁ ଖାଦ୍ୟ ନିମନ୍ତେ ନାନ ପ୍ରୋ-୨, ୬ ଗୋଟି ଶିଶୁ କ୍ଷୀର ସହ କ୍ଷୀର ବୋତଲ ଶଙ୍କର କୁମ୍ଭାରଙ୍କୁ ପ୍ରଦାନ କରି ଶିଶୁକୁ ଘରେ ପ୍ରସ୍ତୁତ ଶିଶୁ ଖାଦ୍ୟ ପ୍ରଦାନ କରିବାକୁ ପରାମର୍ଶ କରିଛନ୍ତି । ପରେ ଶଙ୍କର କୁମ୍ଭାରଙ୍କ ଅନ୍ୟ ୨ ସନ୍ତାନଙ୍କୁ ଜିଲ୍ଳା ଶିଶୁ ସୁରକ୍ଷା କର୍ମଚାରୀ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଆଗରେ ଉପସ୍ଥାପନ କରିଥିଲେ । ଏହି ସମୟରେ ଜିଲ୍ଳା ଜରୁରୀ ଶାଖା ଅଧିକାରୀ ଇପ୍ସିତା ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ,ଜରୁରୀ ଶାଖା ବରିଷ୍ଠ ସହାୟକ ଦିନେଶ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ପରାମର୍ଶ ଦାତା ପ୍ରଶାନ୍ତ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment