କରାଟେ ଏବଂ କୁବୁଡୋ ବେଲ୍ଟ ଗ୍ରେଡିଂ ଟେଷ୍ଟ ଅନୁଷ୍ଠିତ

ନବରଙ୍ଗପୁର: ଜାପାନର ଅକୀନାୱା ୟୁଚି ରୟୁ କରାଟେ ଦ୍ୟୁ କେନ୍ୟୁକାଇର ଭାରତୀୟ ସଙ୍ଘ ଓ ଅକୀନାୱା ସୋରିନ ରୟୁ ରେଇହୋକାନ କୁବୁଡୋ ସଙ୍ଘ ଆନୁକୂଲ୍ୟରେ ସ୍ଥାନୀୟ ଏସିଆନ କରାଟେ ବିଦ୍ୟାଳୟରେ ଅନୁଷ୍ଠାନର ମୁଖ୍ୟ ସେଂସାଇ ଶରତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଟେ ଏବଂ କୁବୁଡୋ ବେଲ୍ଟ ଟେଷ୍ଟ ଅନୁଷ୍ଠିତ ହୋଇଯାଇଛି । ଦୁଇଦିନିଆ ବେଲ୍ଟ ଟେଷ୍ଟରେ ଓଡିଶା ଓ ପଡୋଶୀ ଆନ୍ଧ୍ର ପ୍ରଦେଶର ଷାଠିଏ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । ବେଲ୍ଟ ଟେଷ୍ଟ ନିରୀକ୍ଷଣ କରିବା ନିମନ୍ତେ କେରଳ ରାଜ୍ୟର ଅନ୍ତର୍ଜାତୀୟ କରାଟେ ଓ କୁବୁଡୋ ମାଷ୍ଟର କ୍ୟୁସିକେଭି ମନହୋରନ ସ୍ୱତନ୍ତ୍ର ଭାବରେ ଯୋଗ ଦେଇଥିଲେ । କୃତି ଖେଳାଳିଙ୍କୁ ବେଲ୍ଟ ପ୍ରଦାନ ସହ ସମର୍ଦ୍ଧିତ କରିବା ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା । ସେଂସାଇ ଶରତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ସଙ୍ଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା ଓକିଲ ସଂଗର ସଭାପତି ନରସିଙ୍ଗ ତ୍ରିପାଠୀ, କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସିପାଲ ମଣ୍ଟୁ କୁମାର ଏବଂ ଅନ୍ତର୍ଜାତୀୟ କରାଟେ ଓ କୁବୁଡୋ ମାଷ୍ଟର କ୍ୟୁସିକେଭି ମନହୋରନ ଯୋଗ ଦେଇ ଛାତ୍ର ଛାତ୍ରୀ ମାନକୁ ବେଲ୍ଟ ପ୍ରଦାନ କରିବା ସହ ସମ୍ମର୍ଦ୍ଧିତ କରିଥିଲେ । ଶେଷର ଅନୁଷ୍ଠାନର ସମ୍ପାଦକ ତୁଷାର କାନ୍ତି ଖୋସଲା ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment