ନୂଆଗାଁରେ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ

ନୂଆଗାଁ : ନୂଆଗାଁ ବ୍ଲକ ପରିସରରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ବିପର୍ଯ୍ୟୟ ହ୍ରାସ ପାଇଁ ଜାତୀୟ ଦିବସ ୨୦୨୩ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଦ୍ୱାରା ବିପର୍ଯ୍ୟୟ ମୁକାବିଲା କରିବା ନିମନ୍ତେ ପ୍ରତ୍ୟେକ ବ୍ଲକ ମଧ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ବିପର୍ଯ୍ୟୟ ମୁକାବିଲା କରିବା ନିମନ୍ତେ ସଚେତନତା ବାର୍ତ୍ତା ଜନସାଧାରଣଙ୍କୁ କୁହାଯାଇଥିଲା । ତତ୍‌ ପରେ ବ୍ଲକ ପରିସରରରେ ଥିବା ସଭା ଗୃହରେ ଏକ ସଭାର ଆୟୋଜନ କରଯାଇଥିଲା । ଉକ୍ତ ସଭାରେ ବ୍ଲକ ଯୋଗାଣ ଅଧିକାରୀ ବି ହର୍ଷଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଅତିଥିଭାବରେ ଶିକ୍ଷା ବିଭାଗରୁ ଏବିଓ କବିତାଞ୍ଜରୀ ଦାସ ,ଅଗ୍ନିକ ଅପୃବ କୁମାର ସାହୁ , ତୁସରକାନ୍ତ ପାନିଗ୍ରାହୀ, କମ୍ପିଉଟର ପ୍ରୋଗ୍ରାମିକ ଅଫିସର, ପ୍ରାଣୀବିଭାଗର ଅଧିକାରିଣୀ ପ୍ରିୟଙ୍କା ସ୍ୱାଇଁ, ସମିତି ସଭ୍ୟ ବାହାଦ୍‌ଝୋଳ ଉପସ୍ଥିତ ରହିଥିଲେ । ଅଗ୍ନିକ ଅପୃବ କୁମାର ସାହୁ ବିପର୍ଯ୍ୟୟ ସମୟରେ କିଭଳି ଭାବରେ ସତର୍କ ରହିବା ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ କହିଥିଲେ । ଯେଭଳି ବିପର୍ଯ୍ୟୟ ସମୟରେ କିଭଳି ନିଜକୁ ସତର୍କ କରିବା ସାହି ଆଖପାଖରେ ଥିବା ଲୋକଙ୍କୁ ସତର୍କ କରିବା ସେ ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ସୂଚନା ଦେଇଥିଲେ । ତତ ପରେ ଅନ୍ୟାନ୍ୟ ବିଭାଗ ତଥା ଏଲେକ୍ଟ୍ରି ବିଭାଗ ସଞ୍ଜୟ ବିଶ୍ୱାଳ ବିପର୍ଯ୍ୟୟ କିଭଳି ଇଲେକ୍ଟ୍ରିରୁ ସଚେତନ ରହି ଜୀବନକୁ ସୁରକ୍ଷା ଦେଇପାରିବ ସେ ନେଇ ବୁଝାଇଥିଲେ ।ଗତ ୨୫ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରଯାଇଥିଲା ।

Comments (0)
Add Comment