ଗଜପତି ଜିଲ୍ଲା ବଜରଙ୍ଗ ଦଳ ତରଫରୁ ହର୍ଷ ଭାଇଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଆଜି ଗଜପତି ଜିଲ୍ଲା ବଜରଙ୍ଗ ଦଳ ତରଫରୁ ହର୍ଷ ଭାଇଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କର୍ଣ୍ଣାଟକର ସିବମୋଗାଠାରେ ଗତ ରବିବାର ଦିନ ବଜରଙ୍ଗ ଦଳର ୨୩ ବର୍ଷୀୟ ଯୁବ କର୍ମକର୍ତ୍ତା ହର୍ଷ ଭାଇଙ୍କୁ ଜୀହାଦାମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ସମଗ୍ର ଭାରତର ବିଭିନ୍ନ ଅଞ୍ଚଳରୁ ବଜରଙ୍ଗ ଦଳ ତରଫରୁ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦୋଷୀଙ୍କୁ ଫାଶି ଦେବା ଉଦ୍ଦେଶ୍ୟରେ ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିବା ସହ ସ୍ୱର୍ଗତ ହର୍ଷ ଭାଇଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଗୌତମ କୁମାର ପାଢୀ, ସହ ସଂଯୋଜକ ସତ୍ୟ ନାରାୟଣ କାର୍ଜି, ବିଶ୍ୱ ହିନ୍ଦୁ ପରିଷଦ ସଭାପତି କୈଳାସ ଚନ୍ଦ୍ର ଗୌଡ଼, ହରିମୋହନ ପଟ୍ଟନାୟକ, ଲୋକନାଥ ମିଶ୍ର, ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ନରସିଂହ ଗୌଡ଼,ଦିବାକର ସ୍ୱାଲସିଂ, ମନୋଜ ଦାସ, ପ୍ରମୋଦ କୁମାର ବେହେରା ପ୍ରମୁଖ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ସ୍ୱର୍ଗତ ହର୍ଷ ଭାଇଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Comments (0)
Add Comment