ହରିଶଙ୍କରରେ ସିଆରପିଏଫ୍‌ର ହର ଘର ତ୍ରିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ, ବାଣ୍ଟିଲେ ଜାତୀୟ ପତାକା

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୁଣ୍ୟ କ୍ଷେତ୍ର ହରିଶଙ୍କରଠାରୁ ହରିଶଙ୍କର ଠାରେ ଅବସ୍ଥାପିତ ସିଆରପିଏଫ ୧୮୯/ଏ ବାଟାଲିୟନ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଅବସରରେ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଗୁରୁବାର ଶୁଭାରମ୍ଭ ହୋଇଯାଇଛି । କମାଣ୍ଡାଣ୍ଟ ପବନ କୁମାର ତିୱାରୀଙ୍କ ନିର୍ଦ୍ଦେଶରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସତ୍ୟବୀର ସିଂଙ୍କ ଦ୍ୱାରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ ସୁସଜ୍ଜିତ ଗାଡ଼ିରେ ଦେଶାତ୍ମବୋଧକ ଗୀତର ତଳେ ତଳେ ଯବାନ ମାନେ ମୋଟର ସାଇକେଲ ଶୋଭାଯାତ୍ରା ଜାତୀୟ ପତାକା ଲଗାଇ ହରିଶଙ୍କର ମନ୍ଦିର ନିକଟରୁ ବାହାରି ନାନ୍ଦୁପଲା, କୁଠୁର୍ଲା ଆଦି ଗାଁ ପରିକ୍ରମା କରିଥିଲେ । ସ୍ୱାଧୀନତାର ୭୫ ଆଜାଦି କା ଅମୃତ ମହୋତ୍ସବ ଦେଶ ପାଳନ କରୁଥିବାରୁ ଘରେ ଘରେ ତ୍ରିରଙ୍ଗା ଉଡାଇବାର ବାର୍ତ୍ତା ଦେଇଥିଲେ ସେହିପରି ତ୍ରିରଙ୍ଗା ମଧ୍ୟ ବଣ୍ଟନ କରିଥିଲେ । ଏହି ଶୋଭାଯାତ୍ରାରେ ସିଆରପିଏଫର ଯବାନମାନଙ୍କ ସହିତ ଜନସାଧାରଣ ମଧ୍ୟ ସାମିଲ ହୋଇଥିଲେ ।

Comments (0)
Add Comment