ନବରଙ୍ଗପୁର ଏସିଆନ କରାଟେ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ନବରଙ୍ଗପୁର: ସ୍ଥାନୀୟ ତୃପ୍ତି ଲଜ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଏସିଆନ କରାଟେ ବିଦ୍ୟାଳୟର ଅଧ୍ୟକ୍ଷ ସଂସାଇ ଶରତ କୁମାର ରାଉତଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । କେରଳର କନ୍ନୁର ଠାରେ ଅନୁଷ୍ଠିତ ସର୍ବଭାରତୀୟ କରାଟେ କୁବୁଡ଼ ଚମ୍ପିୟାନସିପରେ ସର୍ବମୋଟ ୧୯ଟି ମେଡାଲ ଆଣି ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବନ୍ୱିତ କରିଥିବା ଅନୁଷ୍ଠାନ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗ ଦେଇ କୃତ୍ତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ସହ ଆରକ୍ଷୀ ଅଧିକ୍ଷକ ଡକ୍ଟର. ଚନ୍ଦ୍ର ଶେଖର ହୋତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଓକିଲ ସଂଘର ସଭାପତି ନରସିଂହ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଜିଲ୍ଲା କ୍ରୀଡା ସଙ୍ଘର ଉପ ସଭାପତି ଏମ. ବାଲାକୃଷ୍ଣା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଅଧ୍ୟାପକ ଅଖିଳ ଭଟ୍ଟ ଯୋଗ ଦେଇ ନିଜ ନିଜର ମତ ପ୍ରକାଶ କରିଥିଲେ । ସୂଚନା ଯୋଗ୍ୟ ଯେ ଚଳିତମାସ ଡିସେମ୍ବର ୧୭ ଏବଂ୧୮ ତାରିଖରେ କେରଳର କନୁର ଠାରେ ଅନୁଷ୍ଠିତ କରାଟେ ଟାଇମସ କପ-୨୦୨୨ ପ୍ରତିଯୋଗିତାରେ ସନ୍ଦୀପ କୁମାର ରାଉତ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ, ସଂଗୀତା ରାଉତ ଚାରୋଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ସୁଲୋଚନା ତ୍ରିପାଠୀ ଦୁଇଟି ସ୍ୱର୍ଣ୍ଣ, ଗୋଟାଏ ରୌପ୍ୟ, ସୁନାଖେ ପ୍ରିୟଦର୍ଶନୀ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ବ୍ରୋଞ୍ଜ । ସେହିପରି ଆକାଂକ୍ଷା ପ୍ରିୟଦର୍ଶନୀ ତିନୋଟି ସ୍ୱର୍ଣ୍ଣ , ଗୋଟିଏ ବ୍ରୋଞ୍ଜ ଏହିପରି ୧୧ଟି ସ୍ୱର୍ଣ୍ଣ,୩ଟି ରୌପ୍ୟ ୫ଗୋଟି ବ୍ରୋଞ୍ଜ ସହିତ ସର୍ବମୋଟ ୧୯ପଦକ ହାସଲ କରିଛନ୍ତି ।

Comments (0)
Add Comment