ୟୁକ୍ରେନରୁ ଫେରିବେ ଓଡିଆ, ଖର୍ଚ୍ଚ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ନିଜେ ଖର୍ଚ୍ଚ କରିବେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ନିଜ ଖର୍ଚ୍ଚରେ ଫେରାଇ ଆଣିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ଫସିଥିବା ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଅମିତ ଶାହଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ କେନ୍ଦ୍ର ସହ ସମନ୍ୱୟ ରକ୍ଷା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି । ଦିଲ୍ଲୀ ସ୍ଥିତ ଓଡ଼ିଶା ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର ସେଲ୍ ଖୋଲାଯାଇଛି।  ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହ ସମନ୍ୱୟ ରଖିବା ସହ ରେସିଡେଣ୍ଟ କମିଶନର ଆଇପିଏସ ରବିକାନ୍ତଙ୍କୁ ନୋଡାଲଅଫିସର ଦାୟିତ୍ବ ଦିଆଯାଇଛି। ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିସନର ଆଇପିଏସ ରବିକାନ୍ତଙ୍କୁ ଯୋଗାଯୋଗ ପାଇଁ ମୋବାଇଲ, ହ୍ବାଟସ ଆପ୍ ଓ ଇ-ମେଲ ଜାରି କରାଯାଇଛି। ମୋବାଇଲ-୮୫୨୭୫୮୦୨୪୫, ଲ୍ୟାଣ୍ଡଲାଇନ୍‌ ନମ୍ବର – ୦୧୧-୨୩୦୧୨୭୫୧।

Comments (0)
Add Comment