୧୦ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ପୁରୀ ପୁଲିସ

ପୁରୀ: ପୁରୀ ପୋଲିସକୁ ପୁଣିଥରେ ମଳିଛି ସଫଳତା । ବାସେଳୀ ସାହି, କୁମ୍ଭାରପଡ଼ା, ବଳିଆପଣ୍ଡା ଓ ସମୁଦ୍ରକୂଳ ଥାନା ପୋଲିସ ଅଞ୍ଚଳରେ ଚଢାଉ କରାଯାଇ ୧୦ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଦୁଇଟି ଅଫୁଟା ବୋମା, ଗୋଟିଏ ଖଣ୍ଡା, ଲୁହା ରଡ଼, ମୋବାଇଲ, ୫ଟି ବିୟର ବୋତଲ ଓ କାଠ ଫାଳିଆ, ଦୁଇଟି ବାଇକ୍‌ ଜବତ କରାଯାଇଛି । ଗିରଫ ଅପରାଧୀଙ୍କ ମଧ୍ୟରୁ କିଛି ଜଣ ହତ୍ୟା ମାମଲାରେ ସଂପୃକ୍ତ ଅଛନ୍ତି । ଗିରଫ ଅଭିଯୁକ୍ତ ସଦର ଥାନା କଣ୍ଠପୁରର ସନାତନ ପ୍ରଧାନ, ଅଶୋକ ପ୍ରଧାନ, ରେବତୀ ରମଣର, କାହୁଁ ଭୋଇ୬ ଟି ମାମଲାରେ ସଂପୃକ୍ତ ଥିବା ବେଳେ ବାସେଳୀ ସାହି ଜଗନ୍ନାଥ ବସ୍ତିର ରାଜା ସ୍ୱାଇଁ, ପାର୍ବତୀପୁରର ଲକ୍ଷ୍ମୀଧର ଖଟେଇ,୫ଟି ମାମଲାରେ ସଂପୃକ୍ତ ଥିବା ଲୋକନାଥ ରୋଡର ବୁଲା ଦାସ,୧୧ଟି ମାମଲାରେ ସାମିଲ ଥିବା ହାତୀଶାଳର ସନ୍ତୁ ଓରଫ ସନ୍ତୋଷ ଦାସ, ଲୋକନାଥ ରୋଡର ଅବିନାଶ ନାୟକ, ନରେନ୍ଦ୍ରକୋଣ ହରିଜନ ବସ୍ତିର ରୂପକ ନାୟକ ଓ ସମୁଦ୍ରକୂଳ ସିଟି ରୋଡର ଜି.ରବି ରାଓ । ପୁରୀ ସହରକୁ କ୍ରାଇମ୍‌ ଫ୍ରି ସିଟି କରିବା ପାଇ ଏସପି କେ.ବିଶାଲ ସିଂଙ୍କ ନେତୃତ୍ୱରେ ଆଣ୍ଟ କ୍ରାଇମ ଡ୍ରାଇଭ ଅପରେସନ ଚାଲିଛି ।ଏଥିସହ ଆଉ ୧୯ ଜଣଙ୍କୁ ସିଆରପିସିର ୧୧୦ ଧାରାରେ ନୋଟିସ ଜାରୀ କରାଯାଉଛି । ପୂର୍ବରୁ ୬୦ ଜଣଙ୍କ ବିରୁଦ୍ଧରେ ସିଆରପିସିର ୧୧୦ ଧାରାରେ ନୋଟିସ ଜାରୀ କରିବା ସହ ୨ ଜଣଙ୍କୁ ଏନଏସ୍‌ଏରେ ବୁକ୍‌ କରାଯାଇଛି । ଗତକାଲି ବିଭିନ୍ନ ହତ୍ୟାକାଣ୍ଡ ଓ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଏକ ୭ ଜଣିଆ ଆନ୍ତଃ ରାଜ୍ୟ ବନ୍ଧୁକ ବେପାରୀ ଗ୍ୟାଙ୍ଗକୁ ଧରିଥିଲା ପୁରୀ ପୋଲିସ । ସେମାନଙ୍କ ଠାରୁ ୪ ଟି ବନ୍ଧୁକ,୪ ଟି ଜୀବନ୍ତ ଗୁଳି,୨ ଟି ମୋବାଇଲ ଓ ୨୫୦୦ ଟଙ୍କା ଜବତ ହୋଇଥିଲା ।

Comments (0)
Add Comment