ପାରଳାଖେମୁଣ୍ଡି: ତୃତୀୟ ଦିବସରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ୧୭ ବର୍ଷ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ଚାଲୁରହିଛି । ଦି୍ୱତୀୟ ଦିବସର ପ୍ରଥମ ପ୍ରଯ୍ୟାୟରେ ଆର. ଉଦୟଗିରି ଓ ନୂଆଗଡ ବ୍ଲକର ବାଳିକା ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଏଥିରେ ଆର. ଉଦୟଗିରି ବାଳିକା ଟିମ ୧-୦ରେ ବିଜେତା ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ କାଶୀନଗର ଓ ପାରଳାଖେମୁଣ୍ଡି ପୌର ପାଳିକା ବାଳିକା ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । କିନ୍ତୁ ପ୍ରଥମେ ୧-୧ ଯୋଗୁ ମୀମାଂସା ହୋଇପାରିନଥିଲା ପରେ ଟ୍ରାଇବ୍ରେକରରେ ୩-୦ ପାରଳାଖେମୁଣ୍ଡି ପୌର ପାଳିକା ଟିମ କୃତକାର୍ଯ୍ୟ ହୋଇଥିଲା । ଏହି ଦ୍ୱିତୀୟ ଦିବସରେ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ଆଜିର ତୃତୀୟ ଦିବସରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପ୍ରଥମ ପର୍ଯ୍ୟାୟରେ ନୂଆଗଡ ଓ ଗୁମ୍ମା ବାଳକ ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଏଥିରେ ୫-୦ରେ ଗୁମ୍ମା ଟିମ ବିଜୟୀ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଗୁମ୍ମା ଓ ମୋହନା ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ।
ଆଜିର ଦିବସରେ ପାରଳାଖେମୁଣ୍ଡି ପୌର ପାଳିକା ଅଧକ୍ଷା ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳେଇ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତବରଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ, ଏମ.ଏମ. ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡି ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ପ୍ରଧାନ, ଆଇ. ପି ସୁରେନ୍ଦ୍ର ପାତ୍ର, ଅମୁଲ୍ୟ ପାଣିଗ୍ରାହୀ, ଦିଲୀପ କୁମାର ବାଗସିଂ, ଲିଙ୍ଗରାଜ ସାହୁ, ଧିରେନ କୁମାର ସାମଲ, କାଳିଆ ପ୍ରଧାନ, କିଶୋର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଡ଼. ଲିପ୍ସା ମିଶ୍ର ଓ ତାଙ୍କ ଟିମ ଫାଷ୍ଟଏଡ ôବ୍ୟବସ୍ଥା କରିଥିଲେ ।