ମହିଳା ଜନ ସୁରକ୍ଷା ମଞ୍ଚ ତରଫରୁ ତିନି ଦଫା ଦାବିପତ୍ର ପ୍ରଦାନ

ନନ୍ଦାହାଣ୍ଡି : ଆଜି ମହିଳା ଜନ ସୁରକ୍ଷା ମଞ୍ଚ ତରଫରୁ ଜନସାଧାରଣଙ୍କ ସର୍ବନିମ୍ନ ଆବଶ୍ୟକତା ସ୍ୱଚ୍ଛ ପାନୀୟ ଜଳ, କିଶୋରୀ ବାଳିକା ମାନଙ୍କର ପୁଷ୍ଟିଯୁକ୍ତ ଖାଦ୍ୟ, ଶିଶୁ କିଶୋରୀ ବାଳିକା, ଗର୍ଭବତୀ ମହିଳା ଓ ପ୍ରସୂତି ମା ମାନଙ୍କର ବଞ୍ଚିବାର ଅଧିକାରକୁ ସୁନିଶ୍ଚିତ କରିବା ନିମନ୍ତେ ଏକ ତିନି ଦଫା ଦାବି ପତ୍ର ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖୀରୋଦ ଚନ୍ଦ୍ର ସାହୁଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଗ୍ରାମ ସର୍ବେକ୍ଷଣ ସମୟରେ ବିଶୁଦ୍ଧ ପାନୀୟ ଜଳ, ପରିମଳ, ଗ୍ରାମ୍ୟ ସମ୍ବଳ, ଜଳ ସେଚନ ଜନିତ ସମସ୍ୟା ଓ ସାମାଜିକ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଉ, କିଶୋରୀ ବାଳିକା ମାନଙ୍କ ବିଭିନ୍ନ ସମସ୍ୟା ଓ ବିଭିନ୍ନ ପଞ୍ଚାୟତରେ ଅଙ୍ଗନବାଡ଼ି କେନ୍ଦ୍ର ନ ଥିବା ଯୋଗୁ ଉପଯୁକ୍ତ ସେବାରୁ ବଞ୍ଚିତ ହେବା ଯୋଗୁ ଯେଉଁ ସମସ୍ୟା ଗୁଡିକ ଦେଖାଯାଉଛି । ଉକ୍ତ ସମସ୍ୟାର ଗୁରୁତ୍ୱକୁ ଉପଲବ୍ଧ କରି ଆସୁ ସମାଧାନ ନିମନ୍ତେ ପଦକ୍ଷେପ ନେଇ ସମାଧାନ ପାଇଁ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଅନିତା ଖରା, ମଞ୍ଜୁ ମଣୀ ଖରା ତୁଳାବତୀ ଜାନୀ, ରୋଜାଲିନ ସାହୁ, ରମେଶ ହରିଜନ, ଅଭିମନ୍ୟୁ ଗୌଡ଼ ଓ ମହିଳା ଜନ ସୁରକ୍ଷା ମଞ୍ଚ ସଦସ୍ୟମାନେ ଉପସ୍ଥିତ ଥିଲେ ।

Comments (0)
Add Comment