୫-ଟି ସଚିବଙ୍କ ପାଦତଳେ ପଡି ଗୁହାରୀ କଲେ ଦମ୍ପତି

ପୁରୀ : ଆଜି ପୁରୀ ଗସ୍ତରେ ଆସିଥିବା ବେଳେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ପାଦତଳେ ପଡିଗଲେ ଜଣେ ମହିଳା ଓ ତାଙ୍କ ସ୍ୱାମୀ । ନେହୁରା ହେଲେ ଗୁହାରୀ କଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୫-ଟି ସଚିବ ସେମାନଙ୍କୁ ଆଡେଇବା ପରିବର୍ତ୍ତେ ସ୍ନେହଭରା କଣ୍ଠରେ ପାଖକୁ ଡାକିଲେ ଆଉ ତାଙ୍କ ହାତରୁ କେଇପଦ ଲେଖାଥିବା ଦରଖାସ୍ତଟିକୁ ନେଇଗଲେ । କେବଳ ସେତିକି ନୁହେଁ ଭଲକରି ପଢିବା ସହ ଜିଲ୍ଲାପାଳଙ୍କ ହାତକୁ ବଢାଇଦେଲେ । ଜିଲ୍ଲାପାଳ ମଧ୍ୟ ଏହାକୁ ଅତି ଗମ୍ଭିରତାର ସହ ଦେଖିବାର ପ୍ରତିଶ୍ରୁତି ଦେଲେ । ତେବେ ଏମାନେ ହେଉଛନ୍ତି ପୁରୀ ଜିଲ୍ଲା ବାଟଗାଁ ଅଞ୍ଚଳର ବାସିନ୍ଦା । ସେମାନଙ୍କ କହିବା କଥା ହେଉଛି ୨୦୧୯ ମସିହା ଫନି ମହାବାତ୍ୟାରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଯାହାକୁ ଗୁହାରୀ କଲେ ବି ଆବାସଟିଏ ମିଳିଲା ନାହିଁ । କୋଡିଏ ହଜାର ହାତଗୁଞ୍ଜା ଦେଇବି ଫଳ ମିଳିଲା ନାହିଁ । ଆଂଶିକ କ୍ଷୟକ୍ଷତି ଦର୍ଶାଇ ଅଳ୍ପକିଛି ସହାୟତା ଦେଇଥିଲେ । ହେଲେ ଆଜି ଆବାସ ଗୃହଟିଏ ପାଇଁ ୫-ଟି ସଚିବଙ୍କ ପାଖକୁ ଆସିଥିଲୁ । ସେ କେବଳ ଚାହିଁଲେ ନ୍ୟାୟ ଦେବେ । ଏହି ଆଶାରେ ଶ୍ରୀମନ୍ଦିର ପାଖରେ ରହିଥିଲୁ । ଆସିବା କ୍ଷଣି ତାଙ୍କୁ ଗୁହାରୀ କଲୁ ବୋଲି କହିଛନ୍ତି ଉଭୟ ସ୍ୱାମୀ ସ୍ତ୍ରୀ ।

Comments (0)
Add Comment