କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ କୁସୁମଖୁଣ୍ଟି ମିନିଷ୍ଟାଡିଅମଠାରେ ନୀଳକଣ୍ଠେଶ୍ୱର କ୍ରିକେଟ କ୍ଳବ, ଆନୁକୂଲ୍ୟରେ ଚାଲିଥିବା ନୀଳକଣ୍ଠେଶ୍ୱର ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମହିଚଲା ଓ ଟେମରୀ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମିଫାଇନାଲ ମ୍ୟାଚରେ କୁସୁମଖୁଣ୍ଟି କ୍ରିକେଟ କ୍ଲବର ସମସ୍ତ ପୂର୍ବତନ ଖେଳାଳୀ ଯଦୁ ବାଣୁଆ, ହିରଣ୍ୟ ବେହେରା, ଶଙ୍କର କର, ମଣ୍ଟୁ ବେହେରା, ଲୁନା ତ୍ରିପାଠୀ,ବିଷ୍ଣୁ ଭୋଇ,ଅତିଥି ଭାବେ ଯୋଗ ଦେଇ ଖେଳାଳୀ ଓ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ । ସେମିଫାଇନାଲ ମ୍ୟାଚ ମହିଚଲା ବୁଢାରଜା ଓ ସାନଟେମରୀ ଏକାଦଶ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସାନଟେମରୀ ବ୍ୟାଟିଙ୍ଗ କରି ୧୨ ଓଭର ୯ ଉଇକେଟ ହରେଇ ୧୨୬ ରନ କରିଥିଲା । ଜବାବରେ ମହିଚଲା ଏକାଦଶ ସମସ୍ତ ଉଇକେଟ ହରେଇ ୧୧୦ରନ ସଂଗ୍ରହ କରିପାରିଥିଲା । ଆଜିର ଖେଳକୁ ବରିଷ୍ଠ ଖେଳାଳୀ ତୋଫାନ କର ଓ ନରେଶ କର ପରିଚାଳନା କରିଥିଲେ । ମୁନା ଖିଳ ଓ ରାଜା ବାଗ ଖେଳର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଦାନ କରିଥିବା ବେଳେ ଭାଗ୍ୟବନ୍ତ ପୁଝାରୀ ସ୍କୋର ବୋର୍ଡ ସମ୍ଭାଳି ଥିଲେ । ନୀଳକଣ୍ଠେଶ୍ୱର କ୍ରିକେଟ କମିଟିର କ୍ଷୀରସିନ୍ଧୁ ସୁନାନୀ, ଦୟାନିଧି କର, ହର କର, ନରେନ୍ଦ୍ର ଭରତୀଆ ଋତୁ ନାଗ, ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।