ଅଟୋ ଦୁର୍ଘଟଣାରେ ୩ ଆହତ

ଘୁ ଉଦୟଗିରି: ଘୁ ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ପଞ୍ଚାୟତର ବାକିକାମ୍ବାର କେତେକ ଲୋକ ମାଣିକେଶ୍ୱର ପଞ୍ଚାୟତ କୁମ୍ଭାର କାଡ଼ି ଗ୍ରାମକୁ ଓଡି ୦୭ ୪୦୨୬ ନମ୍ୱର୍‌ ବିଶିଷ୍ଟ ଅଟୋରେ ଯାଉଥିଲେ ଏକୋସିଆ ଭୋଜିରେ ଯୋଗ ଦେବାପାଇଁ । ଲାମୁଙ୍ଗୀଆ ନିକଟ ଘାଟି ଶେଷରେ ଅଟୋ ବ୍ରେକ ଫେଲ ହେବା ଫଳରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଯାହାରି ଫଳରେ ଜଣେ ବୃଦ୍ଧା ଚନ୍ଦ୍ରାବତି ପ୍ରଧାନ(୭୦),ଅଜୟ ପ୍ରଧାନ (୬୫) ସମେତ ଜଣେ ବାଳିକା ଆହତ ହୋଇଥିଲେ ।ଗାଡ଼ିରେ ସମୁଦାୟ ୭ ଜଣ ଯାଉଥିବା ବେଳେ ଏହିପରି ଅଘଟଣା ଘଟିଥିଲା । ରାସ୍ତାରେ ଯାଉଥିବା ଲୋକ ମାନଙ୍କ ଦ୍ୱାରା ଆମ୍ବୁଲାନ୍ସ ଯୋଗାଯୋଗ କରିଥିଲେ ଓ ଆମ୍ବୁଲାନ୍ସ ପକ୍ଷରୁ ସୁନିଲ କୁମାର ପଣ୍ଡାଙ୍କ ନେତୃତ୍ୱରେ ଟିମ୍‌ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଘୁ ଉଦୟଗିରି ମେଡ଼ିକାଲ ନେଇ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି । ସେପଟେ ରାଇକିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ।

Comments (0)
Add Comment