ହରଭଙ୍ଗା : ହରଭଙ୍ଗା ବ୍ଲକ ଅଂଚଳରେ ଆରମ୍ଭ ହୋଇଥିବା ଗଂଜେଇ କାରବାରକୁ ଟାର୍ଗେଟ କଲା ପୁରୁଣାକଟକ ପୋଲିସ । ୯୧ କିଲୋ ଗଂଜେଇ ଭର୍ତ୍ତି ପିକଅପ ଗାଡି ସହିତ ଦୁଇ ଚାଲାଣକାରୀକୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ସୂଚନା ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ହରଭଙ୍ଗା ବ୍ଲକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ପୁରୁଣାକଟକ ପୋଲିସ ବୌଦ୍ଧ ଏସପି ରାଜପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ପେଟ୍ରୋଲିଙ୍ଗ ଆରମ୍ଭ କରିଥିଲା । ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ଗାଡି ତନଖି କରୁଥିବା ବେଳେ( ଫୁଲବାଣୀ )ଖଜୁରୀପଡା ପଟରୁê( OD 05BC 1054)ନମ୍ବର ଥିବା ଏକ ବୋଲେରୋ ପିକଅପ ଗାଡିରେ ମିଶ୍ଚର ବସ୍ତା ଭିତରେ ଗଞ୍ଜେଇ ଭର୍ତ୍ତି କରି ନୟାଗଡ଼ ରାସ୍ତା ଅଭିମୁଖେ ଫେରାର ହେଉଥିଲା । ଗାଡିକୁ ଅଟକାଇ ତନଖି ପରେ ମିଶ୍ଚର ବସ୍ତା ଗୁଡ଼ିକରୁ ୯୧କିଲୋ ଗଞ୍ଜେଇ ବାହାରିଥିଲା । ଏହି ଗଞ୍ଜେଇ କାରବାରଟି କନ୍ଧମାଳ ଜିଲ୍ଲା ଖଜୁରୀପଡାରୁ କଟକ ନରସିଂପୁରକୁ ଚାଲାଣ ହେଉଥିବା ବେଳେ ଏହି ଚାଲାଣରେ ସଂପୃକ୍ତ ଥିବା ହରଭଙ୍ଗା ବ୍ଲକ ଚାରିଛକ ବଜାରର ଜଣେ ବ୍ୟବସାୟୀ ସରତ ସାହୁ ଏବଂ ଡ୍ରାଇଭର ପ୍ରଶାନ୍ତ ରାଉତଙ୍କୁ ପୋଲିସ ଗିରଫ କରିବା ସହିତ ଗାଡି ଓ ଗଂଜେଇକୁ ଜବତ କରିଛି । ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର ଆଜି କୋର୍ଟ ଚାଲାଣ କରାଯାଇଥିବା ପୁରୁଣାକଟକ ଥାନା ଅଧିକାରୀ ଜ୍ୟୋସ୍ନା କାଉଁରୀ ସୂଚନା ଦେଇଛନ୍ତି ।