ଜହ୍ନାପଙ୍କ:ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତ ଐତିହାସିକ ହରହରୀଙ୍କ ଯୁଗ୍ମ ପୀଠ ଚାରିଶମ୍ଭୁ ମନ୍ଦିର ପ୍ରାଙ୍ଗଣରେ ଗନ୍ଧରାଡି ଲୋକ କଳା ମହୋତ୍ସବ କମିଟିର କାର୍ଯ୍ୟକାରୀ କମିଟିର ବୈଠକ ସଭାପତି ଅଶୋକ କୁମାର ସାହୁ ସଭାତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ଶମ୍ଭୁ ଗିରି ପୂର୍ବ ସଭାର ବିବରଣୀ ପଠନ କରିବା ସହିତ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ବିଗତ ମହୋତ୍ସବରେ ସକ୍ରିୟ ସାହାଯ୍ୟ ଓ ସହଯୋଗ କରିଥିବା ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଥିଲା । ଏହି ପରିପେକ୍ଷୀରେ ଦ୍ୱିତୀୟ ଗନ୍ଧରାଡ଼ି ଲୋକକଳା ମହୋତ୍ସବ ତାରିଖ ନିର୍ଦ୍ଧାରଣ, ପ୍ରଥମ ମହୋତ୍ସବ ଆୟ ବ୍ୟୟର ହିସାବ ଓ ଅନ୍ୟାନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ଦ୍ୱିତୀୟ ଗନ୍ଧରାଢ଼ି ମହୋତ୍ସବ ଫେବୃଆରୀ ଶେଷ ସପ୍ତାହରେ ହେବାକୁ ସ୍ଥିରୀକୃତ ହୋଇଥିଲା । ଏହି ମହୋତ୍ସବ ଜଗତି ହାଇସ୍କୁଲ ପଡିଆରେ କରିବା ପାଇଁ ସର୍ବସମ୍ମତ୍ତି କ୍ରମେ ପ୍ରସ୍ତାବ ଆଗତ କରଯାଇଥିଲା । ସେଠାରେ ଏକ ସ୍ଥାୟୀ ମଣ୍ଡପ ନିର୍ମାଣ ପାଇଁ ଏକ ଅଟକଳ ପ୍ରସ୍ତୁତ କରିବା ପାଇଁ ଉପ ସଭାପତି ମନରଞ୍ଜନ ପୁରୋହିତଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।ଗତ ମହୋତ୍ସବରେ ବିଭିନ୍ନ ଅନାବଶ୍ୟକ ଖର୍ଚ୍ଚ ପ୍ରାୟ ୨ ଲକ୍ଷ ହୋଇଥିବାରୁ ସଭାପତି କ୍ଷୋଭ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଏହା ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ବୋଲି କହିଥିଲେ । ସ୍ମରଣୀକା ଓ ଗଣମାଧ୍ୟମର ଦାୟିତ୍ୱ ସ୍ଥାନୀୟ ବ୍ୟକ୍ତି ନେବାକୁ ଆଲୋଚନା କରିଥିଲେ । ଆଲୋଚନାରେ ଗନ୍ଧରାଡ଼ି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାସ କୁମାର ଶତପଥୀ, ସୁଧାଂଶୁ ଶେଖର ମିଶ୍ର, ସପ୍ନେଶ୍ୱର୍ ମହାନ୍ତି, ଅକ୍ଷୟ କୁମାର ସ୍ୱାଇଁ, ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ବୌଦ୍ଧ ବ୍ଳକ ଉପାଧ୍ୟକ୍ଷ ମନୋରଂଜନ ପୁରୋହିତ, ମନୋଜ୍ ଗୁରୁ, ଶିବ ବେହେରା, ସୁଶିଲ ପାଣିଗ୍ରାହୀ, ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ମହେଶ ପ୍ରସାଦ ଅଗ୍ରୱାଲ, କୃତିବାସ ପଲିଆ, ମୋହନ ସାହୁ,ଉତ୍ସବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।