ଗ୍ରାମୀଣ ଡାକ ସେବକ ସଙ୍ଘର ଧାରଣା

ହରଭଙ୍ଗା : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘର ସର୍ବଭାରତୀୟ ମିଳିତ କ୍ରିୟାନୁଷ୍ଠାନିକ କମିଟିର ନିଷ୍ପତ୍ତି କ୍ରମେ ଡିସେମ୍ବର ୧୨ତାରିଖରୁ ୫ଦଫା ଦାବି ନେଇ ଗ୍ରାମୀଣ ଡାକ ସେବକ କର୍ମଚାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଥିବା ବେଳେ ସେନେଇ ହରଭଙ୍ଗା ବ୍ଳକର ହରଭଙ୍ଗା ଉପଡାକ କାର୍ଯ୍ୟାଳୟର ସମସ୍ତ ଗ୍ରାମୀଣ ଡାକ ସେବକମାନେ ସର୍ବଭାରତୀୟ ବନ୍ଦ ଡାକରାକୁ ସମର୍ଥନ ଜଣାଇ ବୁଧବାର ଦିନ ଉକ୍ତ ଉପଡାକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ରହିଥିବା ଦେଖିବାକୁ ମିଳିଛି । ଧାରଣାକାରୀଙ୍କ କହିବା ଅନୁଯାଇ ଗ୍ରାମୀଣ ଡାକ ସେବକକାର୍ଯ୍ୟ ନିର୍ଦ୍ଦିଷ୍ଟ ଦୈନିକ ୮ଘଣ୍ଟା ସ୍ଥିର କରାଯାଉ । ପ୍ରତି ୧୨ବର୍ଷ ରେ ଆର୍ଥିକ ପଦୋନ୍ନତି ଦେବା ସୁପାରିଶକୁ ଶୀଘ୍ର ଲାଗୁ କରାଯାଉ । ସମସ୍ତ ଗ୍ରାମୀଣ ଡାକ ସେବକଙ୍କୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଉ ଏବଂ ସମସ୍ତ କର୍ମଚାରୀଙ୍କୁ ପେନସନ,ଗ୍ରାଚ୍ୟୁଟି, ସେଭେରାନ୍ସ ଆଲାଉନ୍ସ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଉ, ଟାର୍ଗେଟ ନାରେ ଅଧିକାରୀ ମାନଙ୍କ ଜୁଲୁମ ବନ୍ଦ ହେଉ ଏଭଳି ଦାବି କେନ୍ଦ୍ର ସରକାରଙ୍କ ଉପରେ ରଖିଥିବା ବେଳେ ଏହି ଧାରଣା ରେ ହରଭଙ୍ଗା ଡାକ ସେବକ ଯୋଗେଶ ଚନ୍ଦ୍ର ସାହୁ, ଛତ୍ରଙ୍ଗ ଡାକ ସେବକ ନିରୋଜ ବଘାର, କୁମାରୀ ଡାକ ସେବକ ଗଣେଶ ବାରିକ, ହରଭଙ୍ଗା ଡାକ ସେବକ ସନ୍ତୋଷ ମୁଖି, ପ୍ରଭାସିନୀ କହଁର, ସାତଖଣ୍ଡ ଡାକ ସେବକ ସୁଚିସ୍ମିତା ହୁଇ, ସଂକୁଲୋଇ ଡାକ ସେବକ ବିଜୟ ଦୀପ, କୁମାରୀ ଡାକ ସେବକ ସନ୍ତୋଷ ଡ଼ାଳୁଆ, ଏବଂ ମହାଳିକପଡା ବ୍ରାଞ୍ଚ ପୋଷ୍ଟ ଡାକ ସେବକ କଳ୍ପନା କହଁର ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment