ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଅକ୍ଟୋବର ୧୭ ତାରିଖରେ କୋଲକାତାରେ ‘ଜନସେବକଙ୍କ ମହାକୁମ୍ଭ’ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସାଂସଦଙ୍କ ପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଜନପ୍ରତିନିଧିଙ୍କର ସମାଗମ ହେବ । ଏହି ଜନସେବକଙ୍କ ମହାକୁମ୍ଭରେ ଓଡ଼ିଶାର ଜନ ପ୍ରତିନିଧି ମଧ୍ୟ ଯୋଗଦେବେ । ସରପଞ୍ଚରୁ ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତେ ଯିବେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏନେଇ ସୂଚନା ଦେଇଛନ୍ତି ।
ମନମୋହନ ସାମଲ କହିଛନ୍ତି ଯେ, ୨୦୦୧ ମସିହାର ଏହି ଦିନ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ମୋଦିଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ଏହି ଅବସରରେ ସମଗ୍ର ଭାରତ ବର୍ଷରେ ଚାରି ଜାଗାରେ ‘ଜନସେବକଙ୍କ ମହାକୁମ୍ଭ’ ଆୟୋଜନ କରାଯାଉଛି । କୋଲକାତାରେ ଓଡ଼ିଶା ରିଜନର କାର୍ଯ୍ୟକ୍ରମ ହେବ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ସମନ୍ୱୟ ଦାୟିତ୍ୱ ଦିଆଯାଇଛି, ସେମାନେ ଲିଷ୍ଟ ପ୍ରସ୍ତୁତ କରୁଛନ୍ତି । କେଉଁଥିରେ ଏବଂ କେତେ ଜଣ କୋଲକାତା ଗସ୍ତ କରିବେ ସେ ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି ।