ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଣିଗୋଛା ଥାନା ଅଧୀନସ୍ଥ ତାକୁଡ଼ାଠାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଏକ ଟ୍ରକ ଓଲଟି ପଡ଼ିଛି | ଟ୍ରକଟି ଦଶପଲ୍ଲା ଅଭିମୁଖେ ଆସୁଥିବା ବେଳେ ଭୋର ପ୍ରାୟ ୪ଟା ସମୟରେ ଏଭଳି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ (ଏସ୍ଏଚ୍ ୪୦ ବିଏଲ୍ ୯୧୧୭) ଟ୍ରକ କୁକୁଡ଼ା ଖାଦ୍ୟ ନେଇ ଭୁବନେଶ୍ଵର ଯାଉଥିଲା। ଗାଡ଼ିଟି ଦ୍ରୁତ ବେଗରେ ଆସୁଥିବା ବେଳେ ତାକୁଡ଼ା ବୁଲାଣିଠାରେ ଗାଡ଼ିର ଇଞ୍ଜିନ ଉପରୁ ଡାଲାଟି ସମ୍ପୂର୍ଣ୍ଣ ଭାବେ ଛିଣ୍ତି ଓଲଟି ପଡ଼ିଥିଲା । ମାତ୍ର ଏହି ଦୁର୍ଘଟଣାରେ କାହାର କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବାଣୀଗୋଛା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରୀ ରଖିଛି ।