୮୧ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ସାତପଡ଼ା ଅବକାରୀ ଥାନା ଅଧିକାରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରି ଥାନା ଅଧୀନ ବିଦୁରବାଙ୍କ ଗ୍ରାମରେ ଚଢ଼ାଉକରି ଜଣେ ଆସାମୀଙ୍କୁ ବେଆଇନ ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ଗିରଫ କରିଛନ୍ତି । ଅଭିଯୁକ୍ତ ହେଲେ କଂଗ୍ରେସ ପ୍ରଧାନ (୪୦) । ତାଙ୍କ ପାଖରୁ ୮୧ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିବା ବେଳେ ସାତପଡ଼ା ଅବକାରୀ ଥାନା କେସ ନଂ-୩/୨୩-୨୪ ରେ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ପୁରୀ କାରାଗାରକୁ ପଠାଯାଇଛି । ଜବତ ବ୍ରାଉନସୁଗାରର ଅନୁମାନିକ ମୂଲ୍ୟ ପ୍ରାୟ ୮,୧୦,୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ଏହି ଚଢ଼ାଉରେ ସଂଜିପ ହସ୍ତୀ, ଅଭିଜିତ ପ୍ରଧାନ, ଜ୍ୟୋତିସ୍ମିତା, ବିଶ୍ୱଜିତ ପ୍ରମୁଖ ସାମିଲ ଥିଲେ ।

Comments (0)
Add Comment