ପଞ୍ଚାୟତ ଭୋଟ ପାଇଁ ଛୁଟି ଘୋଷଣା,ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ ଲାଗୁ ହେବ ନିୟମ

ଭୁବନେଶ୍ୱର: ପଞ୍ଚାୟତ ଭୋଟ ପାଇଁ ଛୁଟି ଘୋଷଣା । ଭୋଟ ପାଇଁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ମତଦାନ ପାଇଁ ସମସ୍ତ କର୍ମଚାରୀଙ୍କୁ ମିଳିବ ଛୁଟି । ଭୋଟ ଦିନ ସବୈତନିକ ଛୁଟି ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ ଲାଗୁ ହେବ ନିୟମ । ଅଥାର୍ତ ଯେଉଁ ଅଞ୍ଚଳରେ ଯେଉଁଦିନ ଭୋଟ ଥିବ ସେହି ଅଞ୍ଚଳର ଲୋକ ଉକ୍ତ ଦିନ ଛୁଟି ନେଇପାରିବେ । ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀ ଛୁଟି ନେଇପାରିବେ । କର୍ମଚାରୀଙ୍କ ଆବେଦନ ପରେ ମଧ୍ୟ ଯଦି ଛୁଟି ନଦିଆଯାଏ ତେବେ ଏହାକୁ ଅପରାଧ ବୋଲି ଧରାଯିବ । ଆବଶ୍ୟକ ପଡିଲେ ଛୁଟି ବାତିଲ କରିଥିବା ଅଧିକାରୀ ଓ ସଂସ୍ଥାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଚଳିତଥର ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ପଡିବ । ଆସନ୍ତା ୧୬, ୧୮, ୨୦, ୨୨, ୨୪ରେ ଭୋଟ ଗ୍ରହଣ ହେବ । ତେଣୁ ଯେଉଁ ତାରିଖରେ ଯେଉଁ ଅଞ୍ଚଳର ଭୋଟ ଥିବ ସେହି ଅଞ୍ଚଳର କର୍ମଚାରୀମାନେ ସେହିଦିନ ଛୁଟି ନେଇପାରିବେ ବୋଲି କହିଛନ୍ତି ନିର୍ବାଚନ କମିଶନ । ମତଦାନ ସମସ୍ତଙ୍କର ଅଧିକାର । ଏହି ଅଧିକାରରୁ କେହି କାହାରିକୁ ବଞ୍ଚିତ କରିପାରିବେ ନାହିଁ । ତେଣୁ ମତଦାନ ଦିନ ସମସ୍ତ କର୍ମଚାରୀଙ୍କୁ ଛୁଟି ଦିଆଯିବ ।

Comments (0)
Add Comment