ସୁବର୍ଣ୍ଣପୁର – ଜିଲ୍ଲାରେ ସାଇବର ଅପରାଧୀଙ୍କ ବ୍ଲାକମେଲିଂ ଯୋଗୁଁ ପୀଡିତ ଆତ୍ମହତ୍ୟା ପରି କଠୋର ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି ।ରାଜସ୍ଥାନ ଅଲୱର ସହରର ଦୁଇଜଣ ସାଇବର ଅପରାଧୀଙ୍କ ବ୍ଳାକମେଲିଂ ଯୋଗୁଁ ବରପାଲି ପିଏନବି ବ୍ୟାଙ୍କ ମ୍ୟାନେଜର ଦିବ୍ୟ ରଂଜନ ମିଶ୍ର ଆତ୍ମହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣି ପାରିଛି ।ବ୍ଳାକମେଲିଂ କରି ଅପରାଧୀମାନେ ବିଭିନ୍ନ ସମୟରେ ଦିବ୍ୟ ରଂଜନଙ୍କ ପାଖରୁ ୨୬ ଲକ୍ଷରୁ ଅଧିକ ଅର୍ଥ ଠକି ନେବା ପରେ ଦିବ୍ୟରଂଜନ ମାନସିକ ଚାପଗ୍ରସ୍ତ ହୋଇ ଗତ ସେପଟେମ୍ବର ୧୩ ତାରିଖରେ ଡୁଂଗୁରିପାଲି ଥାନା ଅନ୍ତର୍ଗତ ଚେରୁପାଲି ନିକଟସ୍ଥ ଅଂଗନଦୀରେ ଆତ୍ମହତ୍ୟା କରିଥିଲେ ।ପୋଲିସ ଏହି ଘଟଣାର ତଦନ୍ତ କରି ଦିବ୍ୟରଂଜନଙ୍କୁ ଅପରାଧୀମାନେ ଲାଇଭ କଲ କରି ନଗ୍ନ ଚିତ୍ର ଉତ୍ତୋଳନ କରି ଟଂକା ଆଦାୟ କରୁଥିବା ପୋଲିସ ଜାଣିବାକୁ ପାଇଛି ।ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଦଳ ଏହାର ଅନୁସଂଧାନ କରି ରାଜସ୍ଥାନରୁ ଦୁଇ ସାଇବର ଅପରାଧୀଙ୍କୁ ଗିରଫ କରିବା ସହିତ ଦିବ୍ୟ ରଂଜନଙ୍କ ପାଖରୁ ଆଦାୟ କରିଥିବା ଟଂକାରେ କିଣାଯାଇଥିବା ଏକ ଚାରିଚକିଆ ଯାନ ଓ ଏକ ମୋବାଇଲ ଫୋନକୁ ଜବତ କରିବାରେ ପୋଲିସ ସଫଳ ହୋଇଛି ।ସାଇବର ଅପରାଧୀ ଦ୍ୱୟ ରାଜସ୍ଥାନ ଅଲୱର ସହରର ମେହେବୁବ ଓ ଆଦିଲ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।