ବାଲିଗୁଡ଼ା: ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ସିନ୍ଦ୍ରିଗାଁ ପ୍ରାଥମିକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବାସ୍ଥ୍ୟ ଶିବିରରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡ଼ାକ୍ତର ଶ୍ରୀମତୀ ନିବେଜିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସିନ୍ଦ୍ରିଗାଁ ମେଡିକାଲ ଅଫିସର୍ ଡ଼ାକ୍ତର ଅରବିନ୍ଦ ଖୁଣ୍ଟିଆ ଓ ଡ଼ାକ୍ତର କୁନାଲ ଉପସ୍ଥିତ ରହି ଆଖପାଖ ଅଞ୍ଚଳର ଅନେକ ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇ.ସି.ଟି.ସି. କାଉଁସିଲର ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା ଉପସ୍ଥିତ ରହି HIV/AIDS ସଙ୍କ୍ରମଣ ସମ୍ବନ୍ଧରେ ସଚେତନତା ବାର୍ତ୍ତା ଦେବା ସହିତ ପାଖାପାଖି 80 ରୁ ଉର୍ଦ୍ଧ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରାଇଥିଲେ ।