ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାରେ ରକ୍ତଦାନ ଶିବିର

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଅଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସହାୟତାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଅନେକ ଛାତ୍ର ଛାତ୍ରୀ ପ୍ରଥମ କରି ରକ୍ତଦାନ କରି ବେଶ ଉତ୍ସାହିତ ଥିବା ବେଳେ ରକ୍ତ ଅନ୍ୟଙ୍କ ପାଇଁ ସହାୟକ ହେବା ଏକ ମହତ ଉଦ୍ଦେଶ୍ୟ ଅଟେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଶିବିରରେ ୮୦ରୁ ଉଦ୍ଧ୍ୱର୍ ପଏଣ୍ଟ ରକ୍ତ ସଂଗ୍ରହ ହୋଇଯାଇଅଛି । ଶିବିରକୁ କଲେଜ ଅଧ୍ୟକ୍ଷ ଡ଼ଃ.ତରୁଣ କୁମାର ପଣ୍ଡା, ଏନଏସଏସ କାର୍ଯ୍ୟ ଅଧିକାରୀ ଡ଼ଃ. ସୁରଞ୍ଜନ ପ୍ରଧାନ, ଅଧ୍ୟାପକ ଚନ୍ଦ୍ର ଶେଖର ଚନ୍ଦ୍ରକାର, ଗୁଣବନ୍ତ ସାହୁ, ଡ଼ଃ.ଶୁଭ୍ରାଂଶୁ ବାରିକ, ରମାକାନ୍ତ ସାହାଣୀ ଲାଇବେରୀୟନ ରତ୍ନାକର ସାହୁ, ଡ଼ଃ.ଅନନ୍ଦାବଶଙ୍କର ଦାସ ପ୍ରମୁଖ ସହାୟତା କରିଥିଲେ । ଆସନ୍ତା ଦିନରେ ଶହେ ପଏଣ୍ଟ ରକ୍ତ ସଂଗ୍ରହ କରି ଜିଲ୍ଳାରେ ଥିବା ଆବଶ୍ୟକ ବ୍ୟକ୍ତିଙ୍କୁ ସହାୟକ ହେବୁ ବୋଲି ଡ଼ଃ.ତରୁଣ ପ୍ରଧାନ ପ୍ରକାଶ କରିଛନ୍ତି ।

Comments (0)
Add Comment