ତୃତୀୟ ଦିନରେ ପହଞ୍ଚିଛି ଆଉଟ ସୋର୍ସିଂ କର୍ମଚାରୀଙ୍କ କଳା ବ୍ୟାଜ ପରିଧାନ

ଫୁଲବାଣୀ : କନ୍ଧମାଳ ଜିଲ୍ଳାରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କାର୍ଯ୍ୟରତ ଥିବା କର୍ମଚାରୀମାନେ ଶାନ୍ତିଶୃଙ୍ଖଳା ଭାବେ କଳାବ୍ୟାଜ ଧାରଣ କରି ନିଜ ନିଜ ବିଭାଗରେ ସୁଚାରୁ ରୂପେ କାର୍ଯ୍ୟ ତୁଲାଇଛନ୍ତି ଏବଂ ସରକାର ଯଦିଓ ୨୦.୧୧.୨୦୨୨ ତାରିଖ ମଧ୍ୟରେ କିଛି ପଦକ୍ଷେପ ନ ନିଅନ୍ତି ତେବେ ୨୬ ତାରିଖରେ ଓଡିଶାରୁ ସବୁ ବର୍ଗର ଆଉଟସୋର୍ସିଂ କର୍ମଚାରୀ ମାନେ ସମୂହ ଭାବେ ବହାରିଯାଇ ରାଜ୍ୟ ନେତୃମଣ୍ଡଳୀଙ୍କ ସହ ସହବନ୍ଧିତ ହୋଇ ଲୋୟର ପିଏମ୍‌ଜିରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି ଓଡିଶା ଆଉଟ ସୋର୍ସିଂ କର୍ମଚାରୀ କନ୍ଧମାଳ ଶାଖାର ସଭାପତି ପୂର୍ଣ୍ଣଚନ୍ଦ୍ର ମିଶ୍ର ।

Comments (0)
Add Comment