ରାଜ୍ୟରେ ପୁଣି ୧୭୩୪ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ନୂଆ ୧୭୩୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୪୫୯୨୭କୁ ବୃଦ୍ଧି ପାଇଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୦୭୫ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୬୫୯ଜଣ ଲୋକାଲ କଣ୍ଟାକ୍ଟ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୪ ରହିଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୭୩, ବରଗଡ ଜିଲ୍ଲାରୁ ୫୧, ଭଦ୍ରକ ଜିଲ୍ଲାରୁ ୫୮, ବଲାଙ୍ଗୀର ଜିଲ୍ଲାରୁ ୬, କଟକ ଜିଲ୍ଲାରୁ ୧୭୭, ଦେବଗଡ ଜିଲ୍ଲାରୁ ୫, ଢେଙ୍କାନାଳ ଜିଲ୍ଲାରୁ ୨୯, ଗଜପତି ଜିଲ୍ଲାରୁ ୮୫, ଗଞ୍ଜାମ ଜିଲ୍ଲାରୁ ୨୨୨, ଜଗତସିଂହପୁର ଜିଲ୍ଲାରୁ ୧୨, ଯାଜପୁର ଜିଲ୍ଲାରୁ ୩୮, ଝାରସୁଗୁଡା ଜିଲ୍ଲାରୁ ୬, କଳାହାଣ୍ଡି ଜିଲ୍ଲାରୁ ୨୪, କନ୍ଧମାଳ ଜିଲ୍ଲାରୁ ୫୯, କେନ୍ଦ୍ରାପଡା ଜିଲ୍ଲାରୁ ୨, କେନ୍ଦୁଝର ଜିଲ୍ଲାରୁ ୨୭, ଖୋର୍ଦ୍ଧା ଜିଲ୍ଲାରୁ ୩୪୨, କୋରାପୁଟ ଜିଲ୍ଲାରୁ ୬୦, ମାଲକାନାଗିରି ଜିଲ୍ଲାରୁ ୫୨, ମୟୁରଭଞ୍ଜ ଜିଲ୍ଲାରୁ ୩୫, ନବରଙ୍ଗପୁର ଜିଲ୍ଲାରୁ ୧୩, ନୟାଗଡ ଜିଲ୍ଲାରୁ ୧୦୬, ନୂଆପଡା ଜିଲ୍ଲାରୁ ୨୨, ପୁରୀ ଜିଲ୍ଲାରୁ ୫୫, ରାୟଗଡା ଜିଲ୍ଲାରୁ ୧୮, ସମ୍ବଲପୁର ଜିଲ୍ଲାରୁ ୧୪, ସୋନପୁର ଜିଲ୍ଲାରୁ ୧୩, ସୁନ୍ଦରଗଡ ଜିଲ୍ଲାରୁ ୧୨୬ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୪୫୯୨୭ ପହଞ୍ଚିଥିବା ବେଳେ ୩୦୨୪୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୧୫୩୬୫ ଜଣ ଏବେ ମଧ୍ୟ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୪୪ଜଣ ସୁସ୍ଥ ହୋଇଛନ୍ତି ।

Comments (0)
Add Comment