ଭୁବନେଶ୍ବର : ପ୍ରକାଶ ପାଇଲା +୨ କଟ୍ଅଫ୍ ମାର୍କ । ସାମ୍ସ ପୋର୍ଟାଲରେ ଉପଲବ୍ଧ ହେଉଛି ମେରିଟ ଲିଷ୍ଟ । ଆଗରେ ରେଭେନ୍ସା ଜୁନିୟର କଲେଜ ରହିଛି । ଚଳିତ ଥର ୪ ଲକ୍ଷ ୩୫ ହଜାର ୯୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ହେଲେ ୩ ଲକ୍ଷ ୮୬ ହଜାର ୪୬୪ ଜଣ ପ୍ରଥମ କଟ୍ ଅଫ୍ରେ ମନୋନୀତ ହୋଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ସିଲେକ୍ସନ ହୋଇଥିବା ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୪ରୁ ୨୧ ମଧ୍ୟରେ ନାମ ଲେଖାଇ ପାରିବେ । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ସେହିପରି ସେପ୍ଟେମ୍ବର ୨୭ରେ ଦ୍ବିତୀୟ ପର୍ଯ୍ୟାୟ ଆଡମିଶନ ପାଇଁ କଟ ଅଫ୍ ମାର୍କ ପ୍ରକାଶ ପାଇବ । ଏହାପରେ ସେପ୍ଟେମ୍ବର ୨୯ରୁ ଆକ୍ଟୋବର ପହିଲା ଭିତରେ ନାମ ଲେଖା ଶେଷ ହେବ । ଯୁକ୍ତ ୨ କଳା,ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅଗଷ୍ଟ ୧୨ରୁ ଆବେଦନ କରିଥିଲେ ଛାତ୍ରଛାତ୍ରୀ । ଏହି ପକ୍ରିୟା ସେପ୍ଟେମ୍ବର ୫ ତାରିଖରେ ଶେଷ ହୋଇଥିଲା ।ଚଳିତ ବର୍ଷ ଦଶମ ପରୀକ୍ଷାରେ ବିକଳ୍ପ ମୂଲ୍ୟାୟନ କରାଯାଇ ମାର୍କ ଦିଆଯାଇଥିବାରୁ ଛାତ୍ରଛାତ୍ରୀଙ୍କ ଭଲ ମାର୍କ ରହିଥିଲା । ତେଣୁ ଆଜି କଟ୍ଅଫ୍ ମାର୍କ ଉପରେ ନଜର ରହିବ । ଏ ବର୍ଷ ପାସ ହାର ଅଧିକ ଥିବାରୁ ଏହାକୁ ନଜରେ ରଖି ବିଭିନ୍ନ କଲେଜରେ ସିଟ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଥିଲା ।