ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର,୧୪/୦୮: ପ୍ରକାଶ ପାଇଛି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ବିଧିବଦ୍ଧ ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ରେଜଲ୍ଟ ଘୋଷଣା କରିଛନ୍ତି । ଏହାସହ  orissaresults.nic.in ୱେବସାଇଟ୍‌ରେ ମଧ୍ୟ ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଓ୍ୱେବସାଇଟରେ ନିଜର ରୋଲ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ ।

ଚଳିତ ବର୍ଷ କଳାରେ ରେଗୁଲାର ପାସ୍ ହାର ୯୮.୫୮% ରହିଛି। ମୋଟ ୧,୮୯,୩୬୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧,୮୬,୬୮୫ ଜଣ ପାସ୍ କରିଛନ୍ତି। ୩୦,୫୧୦ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୪୬,୧୦୧ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ୧୦,୦୭୪ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ୯୫ ଜଣ ଛାତ୍ରଛାତ୍ରୀ ୯୦% ଉପରେ ନମ୍ବର ରଖିଛନ୍ତି।

Comments (0)
Add Comment