ଓଲଟିଲା ପିକନିକ୍‌ ବସ୍‌, ୨୦ ଯାତ୍ରୀ ଆହତ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିର ଅଂଧାରିକୋଟ ବୁଲାଣିରେ ଭାରସାମ୍ୟ ହରାଇ ଗତକାଲି ରାତି ୮ଟାରେଏକ ପିକନିକ ବସ୍‌ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ବସରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।
ଆହାତ ମାନଙ୍କୁ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜି. ଉଦୟଗିରି ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଆହତ ମାନଙ୍କ ମଧ୍ୟରୁ ଅନେକ ଗୁରୁତର ଥିବା ଜଣାପଡିଛି ।
ସୂଚନା ମୁତାବକ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର କିଛି ପର୍ଯ୍ୟଟକ ବସରେ କନ୍ଧମାଳ ଜ଼ିଲ୍ଲାର ଦାରିଙ୍ଗିବାଡି ଆସି ବୁଲାବୁଲି କରି ଫେରିବା ବେଳେ କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

20 passengers injured in picnic20 passengers injured in picnic due to bus accidentଓଲଟିଲା ପିକନିକ୍‌ ବସ୍‌
Comments (0)
Add Comment