ଡିକି ଭାଙ୍ଗି ଦୁଇ ଶିକ୍ଷକଙ୍କ 50 ହଜାର ଟଙ୍କା ଲୁଟ

ବୌଦ୍ଧ,୨୧/୧୧- ବାଇକ ଡିକି ଭାଙ୍ଗି ବାରମ୍ବାର ଦୁର୍ବୃତ୍ତ ମାନେ ଟଙ୍କା ଲୁଟି ନେଉଥିବା ଖବର ପ୍ରତିଦିନ ଗଣମାଧ୍ୟମ ମାନଙ୍କରେ ପ୍ରକାଶ ପାଉଥିଲେ ମଧ୍ୟ ଏ ସମ୍ପର୍କରେ ଲୋକେ ସଚେତନ ହେଉ ନଥିବା ଦେଖିବାକୁ ମିଳୁଛି l ଆଜି ଦୁଇ ଜଣ ଶିକ୍ଷକ ବାଇକ ଡିକିରେ ଟଙ୍କା ରଖି ଲୁଟେରା ମାନଙ୍କ ଶିକାର ହୋଇଥିବା ଭଳି ଘଟଣା କଣ୍ଟାମାଳ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ଘଣ୍ଟା ପଡା ଗ୍ରାମର ଦୁଇ ଜଣ ପ୍ରଧାନ ଶିକ୍ଷକ ସୁରଥ ବାଇ (ଲଣ୍ଡାପଦର୍ ପ୍ରାଥମିକ ବିଦ୍ୟାଳୟ) ଓ ପ୍ରଭାକର କନ୍ହର (ସୁର୍କାଭଟା ପ୍ରାଥମିକ ବିଦ୍ୟାଳୟ ) ଉଭୟେ ଗୋଟିଏ ବାଇକରେ ନିଜ ନିଜ ବିଦ୍ୟାଳୟର ମଧ୍ୟlନ୍ହ ଭୋଜନ ଟଙ୍କା ଉଠାଇବା ପାଇଁ କଣ୍ଟାମାଳ ଷ୍ଟେଟ୍ ବ୍ୟାଙ୍କକୁ ଆସିଥିଲେ l ବ୍ୟାଙ୍କରୁ ଟଙ୍କା ଉଠାଣ କରିବା ପରେ ଉଭୟ ଟଙ୍କା ଗୋଟିଏ ବ୍ୟlଗରେ ଭର୍ତ୍ତି କରି ବାଇକ ଡିକି ରେ ରଖିଥିଲେ l ଘଣ୍ଟାପଡା ଆସିବା ବାଟରେ କଣ୍ଟାମାଳ ହାଟପଦା ନିକଟରେ ଥିବା ଏକ ଦୋକାନ ଆଗରେ ବାଇକ ରଖି ଭିତରକୁ ଯାଇଥିଲେ l ଏ ସମୟରେ ବାଇକ ଡିକି ଭାଙ୍ଗି ଉଠାଣ କରିଥିବା ସବୁ ଟଙ୍କା ଲୁଟେରା ମାନେ ବ୍ୟାଗ୍ ସହ ଚମ୍ପଟ୍ ମାରିଥିଲେ l ବ୍ୟାଗରେ ଲଣ୍ଡା ପଦର ବିଦ୍ୟାଳୟର 26345 ଟଙ୍କା ଓ ସୁର୍କାଭଟା ବିଦ୍ୟାଳୟର 22695 ଟଙ୍କା ମିଶି ମୋଟ 49040 ଟଙ୍କା ସହ ପାସ୍ ବୁକ, ଚେକ୍ ବୁକ୍, ସିଲ୍, ଡ୍ରାଇଭିଂ ଲାଇସେନ୍ସ, ପାନ କାଡ଼ ଭଳି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ରହିଥିବା ଜଣାପଡିଛି l ଏ ସମ୍ପର୍କରେ ଶିକ୍ଷକ ମାନେ ଥାନାରେ ଅଭିଯୋଗ କରିଛନ୍ତି ଓ ପୋଲିସ୍ ଘଟଣାର ତଦନ୍ତ କରୁଥିବା ଜଣାପଡିଛି l

Comments (0)
Add Comment