ବୌଦ୍ଧ/ବାଉଁଶୁଣୀ,୫/୫- କରୋନା ସଂକ୍ରମଣ କୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ମଇ ୫ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । । ଏହାର ସୁଯୋଗ ନେଇ ବୌଦ୍ଧ ସହର ସମେତ ବାଉଁଶୁଣୀ, ପୁରୁଣା କଟକ, ମନମୁଣ୍ଡା ଓ କଣ୍ଟାମାଳ ଅଞ୍ଚଳରେ ଗୁଟଖା ବ୍ୟବସାୟୀ ଖାଉଟିମାନଙ୍କ ଠାରୁ ଚଢା ଦରରେ ଗୁଟଖା ବିକ୍ରି କରୁଥିବା ଜଣାପଡିଛି । ଯେଉଁ ଗୁଟକା ୫ ଟଙ୍କାରେ ବିକ୍ରି ହେଉଥିଲା ତାହା ୧୦ ଟଙ୍କା ରେ ବିକ୍ରି ହେଉଛି । ବ୍ୟବସାୟୀମାନେ ବାହାରୁ ମାଲ ପରିବହନ ହୋଇପାରୁନଥିବା ଆଳଦେଖାଇ ଦରବୃଦ୍ଧି କରିଥିବା ବେଳେ ପ୍ରଶାସନ ମଧ୍ୟ ନିରବଦ୍ରଷ୍ଟା ସାଜିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ସହରରେ ଏସବୁ ସାମଗ୍ରୀର ହୋଲସେଲିଂ କରୁଥିବା କିଛି ବ୍ୟବସାୟୀ ଆଗକୁ ଲକଡାଉନ ଓ ସଟଡାଉନର ସୁଯୋଗରେ ମୁନାଫା ଉଠାଇବାକୁ ବିପୁଳ ମାତ୍ରାରେ ଗୁଟଖା, ସିଗାରେଟ ଓ ପାନ ମସଲା ପ୍ରଭୁତି ବେଆଇନ ମାଦକ ଦ୍ରବ୍ୟ ଚୋରା ଗୋଦାମରେ ଗଚ୍ଛିତ ରଖି ଚଢା ଦରରେ ଖୁଚୁରା ଦୋକାନୀଙ୍କୁ ବିକ୍ରୀ କରୁଥିବା ଆଲୋଚନା ହେଉଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଚଢାଦରରେ ବିକ୍ରି କରୁଥିବା ବ୍ୟବସାୟୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣରେ ଦାବି କରିଛନ୍ତି ।