ଧାନ କ୍ରୟ ଟାର୍ଗେଟ ବଢାଇବା ଦାବିରେ ସମିତି ଘେରିଲେ ଚାଷୀ

ବୌଦ୍ଧ /ଜହ୍ନାପଙ୍କ,୧୩/୩- ବୋୖଦ୍ଧ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ କ୍ରୟ କୂନେଇ ରାସ୍ତା ଅବରୋଧ, ଧାରଣା ଆଦି ଚାଲିଥିବା ବେଳେ ଆଜି ତେଲିବନ୍ଧ ସେବା ସମବାୟ ସମିତି ଆଗରେ ଚାଷୀମାନେ ବିଭିନ୍ନ ସ୍ଲୋଗାନ ଦେଇ ଘେରାଉ କରିଥିଲେ।ସୂଚନାମତେ ଫେବ୍ରୁଆରୀ ୧୬ /୧୭ ତାରିଖରେ ଟୋକନ ପାଇଥିବା ଚାଷୀ ଧାନ ବିକ୍ରି କରିବାକୁ ମଣ୍ଡିକୁ ଆସିଥିଲେ। ଚାଷୀଙ୍କ ପ୍ରାୟ  ୪୫୦୦ କ୍ୱିଣ୍ଟାଲ ଧାନ ଥିବା ବେଳେ ଯୋଗାଣ ବିଭାଗ ପକ୍ଷରୁ ମାତ୍ର ୧୬୦୦ କ୍ୱିଣ୍ଟାଲ କିଣିବାକୁ ଧାର୍ଯ୍ୟ କରାଯାଇଥିବା ସମ୍ପାଦକ ପ୍ରକାଶ କରିଥିଲେ । ଫଳରେ ବାକି ଧାନ କୁଆଡେ ବିକ୍ରୀ କରିବୁ ବୋଲି ଚାଷୀମାନେ ଅଡ଼ି ବସିଥିଲେ।ଏହାପରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।ଭାରତୀୟ କିଷାନ ସଙ୍ଘର ଜିଲ୍ଲା ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ର, ସମ୍ପାଦକ ବିସିକେସନ ପ୍ରଧାନ ଓ ଭାରତୀୟ କିଷାନ ସଂଘର ରାଜ୍ୟ ସଭାପତି ଭୋଳାଗିରି ସାହୁଙ୍କ ନେତୃତ୍ୱରେ ଶତାଧିକ ଚାଷୀ ସମିତିକୁ ଘେରାଉ କରି ବିଭିନ୍ନ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ।ତାପରେ ତେଲିବନ୍ଧ ପେକ୍ସର ଟାର୍ଗେଟ ବଢାଇବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେବାପାଇଁ ଦସ୍ତଖତ କରାଯାଇଥିଲା । ତେଲିବନ୍ଧ ମଣ୍ଡିର ଟାର୍ଗେଟ ନ ବଢ।ଇଲେ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅଞ୍ଚଳର ଚାଷୀ ଧାନ ରଖି ଧାରଣାରେ ବସିବା ସହିତ ଜାତୀୟ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି l

Comments (0)
Add Comment