ବନ କର୍ମଚାରୀଙ୍କ ସମେତ ଆଉ କିଛି ସେବା ସଂସ୍ଥା କର୍ମଚାରୀ କୋଭିଡ୍ ଯୋଦ୍ଧା ଘୋଷିତ

ବୌଦ୍ଧ,୧୩/୫ – ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ 6 ତାରିଖରେ ଅନୁଷ୍ଠିତ ବୈଠକରେ ରାଜ୍ୟ ବନ ବିଭାଗ କର୍ମଚାରୀ ମାନଙ୍କ ସମେତ ବିଭିନ୍ନ ସେବା ଯୋଗାଇ ଦେଉଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ଘରୋଇ ସଂସ୍ଥାର କର୍ମଚାରୀ ମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରାଯାଇଛି | ମିଳିଥିବା ସୂଚନା ଅନୁଯାୟୀ ବନ ବିଭାଗ, ବ୍ୟାଙ୍କ, ବୀମା, ଆର୍ଥିକ କାରବାର ଓ ସେବା ଯୋଗାଇ ଦେଉଥିବା ସଂସ୍ଥା, ଏ.ଟି. ଏମ. ପରିଚାଳନା କମ୍ପାନୀ, ଗ୍ରାହକ ସେବା ଯୋଗାଉଥିବା କେନ୍ଦ୍ର, ରେଳବାଇ, ଜିଲ୍ଲା ଶିଶୁ ସୁରକ୍ଷା (1098), 181 ହେଲ୍ପ ଲାଇନ୍, ୱାନ ଷ୍ଟପ ସେଣ୍ଟର୍, ଶିଶୁ ସୁରକ୍ଷା ସଂସ୍ଥା, ଅକ୍ସିଜେନ ପ୍ଲାଣ୍ଟ, ପେଟ୍ରୋଲ୍ ପମ୍ପ ଓ କଲ୍ ସେଣ୍ଟର୍ କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ଭାବରେ ସାମିଲ କରାଯାଇଛି | ଏହା କେବଳ ଦ୍ବିତୀୟ ଡୋଜ୍ କରୋନା ଟିକା ଅଗ୍ରାଧିକାର ଭିତ୍ତିରେ ନେବା ପାଇଁ ପ୍ରଯୁଜ୍ୟ ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି. କେ. ମହାପାତ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ସିଡ଼ିଏମଓ ସମସ୍ତ ମୁନିସିପାଲ କମିଶନର୍ ମାନଙ୍କୁ ଆଜି ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି l

Comments (0)
Add Comment