ବୌଦ୍ଧ/ ବାଉଁଶୁଣୀ,୧୬/୫- ବୌଦ୍ଧ ବ୍ଳକ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଛେଳି ବାହାଲ୍ ଗ୍ରାମରେ ୧୪ ତାରିଖରେ ଗୋଟିଏ ଦିନରେ 14 ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିଲେ । ଆଗକୁ ଗ୍ରାମରେ ଅଧିକ କରୋନା ସଂକ୍ରମଣ ବୃଦ୍ଧି ନ ପାଇବାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି | ବାଉଁଶୁଣୀ ଦମକଳ ବାହିନୀ ତରଫରୁ ଆଜି ଗ୍ରାମକୁ ସାନିଟାଇଜ କରାଯାଇଛି । ବର୍ତ୍ତମାନ ଜିଲ୍ଲାରେ କରୋନାର ଦ୍ରୁତ ସଂକ୍ରମଣ ବଢ଼ିଚାଲିଛି । ଲୋକେ ଜିଲ୍ଲା କୋଭିଡ୍ ନିୟମ ମାନୁ ନଥିବାରୁ ଗ୍ରାମାଞ୍ଚଳରେ ପ୍ରତ୍ୟେକ ଦିନ ବଢି ଚାଲିଛି କରୋନା ସଂକ୍ରମଣ l ଏଭଳି ପରିସ୍ଥିତିରେ ଲୋକଙ୍କୁ ସଜାଗ ହେବାକୁ ପଡିବ ଓ ପ୍ରଶାସନ ଜାରୀ କରିଥିବା କୋଭିଡ୍ ନିୟମ ଓ କଟକଣା କୁ ମାନି ନ ଚାଲିଲେ ଆଗାମୀ ଦିନରେ ଜିଲ୍ଲାରେ ଭୟଂକର ପରିସ୍ଥିତି ଉପୁଜିବ ବୋଲି ଆଲୋଚନା ହେଉଛି |