କୃମିନାଶକ ସପ୍ତାହ ଅଭିଯାନ ଶୁଭାରମ୍ଭ

ପୁରୀ: ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାରେ ଜାତୀୟ କୃମି ନାଶକ ସପ୍ତାହ ପାଳନର ଶୁଭାରମ୍ଭ କରିଛନ୍ତି । ଶ୍ରୀକ୍ଷେତ୍ର କଲୋନୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନୱାଡି କେନ୍ଦ୍ରରୁ ଜିଲ୍ଲାରେ ଏହି ଅଭିଯାନ ଚଳିତବର୍ଷ ଆରମ୍ଭ କରାଯାଇଛି । ଏହା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନରେ ଏକରୁ ୧୯ ବର୍ଷ ବୟସ ପିଲାମାନଙ୍କୁ ଆଲବେନଡାଜୋଲ ସିରପ୍‌ (Albendazola Oral Suspension), ଆଲବେନଡାଜୋଲ ବଟିକା ଏବଂ ଭିଟାମିନ-ଏ ସିରପ୍‌ ପ୍ରଦାନ କରାଯିବ । ଜିଲ୍ଲାରେ ୫ ଲକ୍ଷ ୪୭ ହଜାର ୯୯୮ ଜଣ ପିଲା ଏଥିରେ ସାମିଲ ହେବାର ଲକ୍ଷ ରଖାଯାଇଛି । ସେମାନଙ୍କ ମଧ୍ୟରୁ ୧ରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ୧୦୨୮୮୯ ଏବଂ ୬ ରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ୪୪୫୧୦୯ ଜଣ ପିଲା ଅଛନ୍ତି । ଆଶା, ଅଙ୍ଗନୱାଡି କର୍ମୀ, ଏଏନଏମ୍‌ ମାନେ ଘର ଘର ବୁଲି ପିଲାମାନଙ୍କୁ ବୁନ୍ଦା ଓ ବଟିକା ପ୍ରଦାନ ସହ ସଚେତନତା ସୃଷ୍ଟି କରିବେ । ଚଳିତ ଅଭିଯାନରେ ଶତ ପ୍ରତିଶତ ହାସଲ କରିବାକି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏମଓ ଡଃ ସୁଜାତା ମିଶ୍ର, ଡିପିଏମ୍‌ ଟି.ନାରାୟଣ ରାଓ, ଏପିଏମ ସନ୍ତୋଷ ମିଶ୍ର, ଡିଏମଆରସିଏଚ୍‌ ପ୍ରଶାନ୍ତ କୁମାର ବରାଳ, ଆଶା, ଅଙ୍ଗନୱାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment