ବୌଦ୍ଧ,୭/୨ – ଆଜି ସକାଳେ ବୌଦ୍ଧ ବ୍ଲକ୍ ବଘିଆପଡା ଅଂଚଳରୁ ଦୁଇ ଗୋଟି ମିନିଟ୍ରକ ରେ ମୂଲ୍ୟବାନ କାଠ ଓ ଆସବାବପତ୍ର ବୋଝେଇ ହୋଇ ଜିଲ୍ଲା ବାହାରକୁ ଚାଲାଣ ହେଉଥିବା ବେଳେ ବନ ବିଭାଗ ଜବତ୍ କରିଛି ଓ ସେଥିରେ ସମ୍ପୃକ୍ତ 6 ଜଣଙ୍କୁ ଗିରଫ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ବଘିଆପଡା ଅଂଚଳରୁ ବୁଟୁପାଲି ଦେଇ ଚାରିଛକ ରାସ୍ତାରେ ଚୋରା ଚାଲାଣ ହେଉଥିବା ବେଳେ ବନ ବିଭାଗ କର୍ମଚାରୀମାନେ କୌଣସି ସୂତ୍ରରୁ ଖବର୍ ପାଇ ଗାଡି ଦୁଇଟିକୁ ଚାରିଛକ ବନବିଭାଗ ଚେକ୍ଗେଟ୍ ଠାରେ ଅଟକାଇଥିଲେ । ଗାଡି ଦୁଇଟିକୁ ଯାଞ୍ଚ କରାଯିବାପରେ ସାଗୁଆନ ପଟା ଓ ଆସବାବପତ୍ର ଜବତ କରାଯାଇଥିଲା । ଜବତ ହୋଇଥିବା କାଠ ସାମଗ୍ରୀର ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବବୋଲି ବନ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହି ମାମଲାରେ ବନ ବିଭାଗ ପକ୍ଷରୁ ଉଭୟ ଗାଡି ଓଡ଼ି ୨୭ ବି ୧୫୫୯ ଏବଂ ଓଡ଼ି ୨୭ ଏ ୯୮୭୨ ଓ ଗାଡିରେ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଚଢାଉରେ ଅତିରିକ୍ତ ବନ ସଂରକ୍ଷକ ଜିତେନ୍ଦ୍ର ବେହେରା, ବୌଦ୍ଧ ରେଂଜ ଅଧିକାରୀ ପ୍ରଦିପ କୁମାର ବେହେରା, ଡେପୁଟି ରେଞ୍ଜର୍ ପ୍ରଦୋଷ ମହାରଣାଙ୍କ ସମେତ ବନବିଭାଗ କର୍ମଚାରୀମାନେ ସାମିଲ ଥିଲେ ।