ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ଜଗତସିଂହପୁର,୨୭/୬- ଜଗତସିଂହପୁର ଜ଼ିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଙ୍ଗଦା ମଉଳା ଭଣଜା ମହାବିଦ୍ୟାଳୟ ପ୍ରାଙ୍ଗଣରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି l ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ l ଜୀବନ ବିନ୍ଦୁ ର ଜ଼ିଲ୍ଲା ସଂଯୋଜକ ମଧୁସୂଦନ ସାହୁ,ଜ଼ିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ପ୍ରକାଶ ବସ୍ତିଆ, ନଗର ବିଜେଡି ସଭାପତି ପ୍ରିୟବ୍ରତ ମହାପାତ୍ର ଜ଼ିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ବୀରେନ୍ଦ୍ର ବିଶ୍ୱାଳ, ଆଇଟି ସଂଯୋଜକ ରତିରଞ୍ଜନ ବେହେରା, ଓଷକଣା ପାଞ୍ଚୟତର ଯୁବନେତା ନରେଶ ସ୍ୱାଇଁ, ନାଉଗାଁ ସାଂସଦ ପ୍ରତିନିଧି ଅଜୟ ମହାନ୍ତି, ନାଉଗାଁ ବ୍ଲକ ବିଜେଡି ସଭାପତି ସୁଜିତ ମଲ୍ଲିକ,ନାଉଗାଁ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ଦାସ,ଜ଼ିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ସମ୍ବିତ କୁମାର ଲେଙ୍କା,ନାଉଗାଁ ବ୍ଲକ ଆତ୍ମା କମିଟି ସଭାପତି ବସନ୍ତ ପାଢ଼ୀ ପ୍ରମୁଖ ଯୋଗଦେଇ ରକ୍ତଦାନ କରିଥିବା ବ୍ୟକ୍ତିମାନଙ୍କୁ ଉତ୍ସାହିତ କରିଥିଲେ l ଏହି ରକ୍ତଦାନ ଶିବିର ରେ ୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

Comments (0)
Add Comment